ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୫୪ତମ ବାର୍ଷିକ କ୍ରୀଡା ଉତ୍ସବ
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲର ୫୪ତମ ବାର୍ଷିକ କ୍ରୀଡା ଉତ୍ସବ ପାଳନ ହେଉଅଛି ।
୧୭ ରୁ ୨୦ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା କ୍ରୀଡ଼ା ଉତ୍ସବର ଆଜି ପ୍ରଥମ ଦିବସରେ କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ଯୋଶୀଙ୍କ ତତ୍ତ୍ଵାବଧାନରେ କଳର ପାର୍ଟି ଓ ବାଳିକା ବେଣ୍ଡ ପାର୍ଟିଙ୍କ ବାଜାର ତାଳେ ତାଳେ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ଦୃଶ୍ୟ ମନକୁ ଛୁଇଁ ଯାଇଥିଲା।ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ମୁଖ୍ୟ ବକ୍ତା ରୂପେ ମାଟିର ସୁପୁତ୍ର ବିଶିଷ୍ଟ ଶିକ୍ଷାବିତ୍ ଡଃ ଗିରିଧାରୀ ହୋତା,ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ରତନଲାଲ ବାରିକ,ପ୍ରାକ୍ତନ ଶିକ୍ଷକ ଚୈତନ୍ୟ ପ୍ରସାଦ ମାଝୀ,ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ ଯୋଗଦାନ କରିଥିଲେ ।ଶିକ୍ଷକ ସୁଶାନ୍ତ ବାଗ ଅତିଥିଙ୍କୁ ସ୍ବାଗତ ଓ ତାଙ୍କ ପରିଚୟ ପ୍ରଦାନ କରିଥିଲେ।ଶରୀରର ସର୍ବାଙ୍ଗୀନ ବିକାଶ ଦିଗରେ କ୍ରୀଡାର ଆବଶ୍ୟକତା ଉପରେ ଅତିଥିଗଣ ମତବ୍ୟକ୍ତ କରି ଛାତ୍ର ଛାତ୍ରୀଙ୍କୁ ବହୁ ମାତ୍ରାରେ ଉତ୍ସାହିତ କରିଛନ୍ତି। ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଲାଭ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା,ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ ।ଶିକ୍ଷକ ହରିଶଙ୍କର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?