ଖରୀଆର ରୋଡ ଜୁଆ ଆଡ୍ଡାରେ ଚଢାଉ ଘଟଣାକୁ କେନ୍ଦ୍ର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

Nov 24, 2024 - 20:49
 0  64
ଖରୀଆର ରୋଡ ଜୁଆ ଆଡ୍ଡାରେ ଚଢାଉ ଘଟଣାକୁ କେନ୍ଦ୍ର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା ଉପରେ ଚଢାଉ ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜୁଆ ଆଡ୍ଡାରେ ବିଭିନ୍ନ ରାଜ୍ୟର ଯୁଆଡିମାନେ ଖେଳୁଥିବା ଜଣାପଡିଛି। ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

୮୧ ଜଣ ଜୁଆଡିଙ୍କୁ ଧରିଥିଲେ ସେଥି ମଧ୍ୟରୁ ୬୪ ଜଣ ଛତିଶଗଡର, ୧୬ ଜଣ ଓଡ଼ିଶାର ଏବଂ ଜଣେ ମହାରାଷ୍ଟ୍ରର ବୋଲି ଏସ ପି ପ୍ରକାଶ କରିଛନ୍ତି।ଧରିଥିବା ଜୁଆଡ଼ି ମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।କୋରାପୁଟର ଏକ ସ୍ଵତନ୍ତ୍ର ପୋଲିସ ଦଳ ସହିତ ଖରୀଆରରୋଡ ଜୋଙ୍କ ପୋଲିସ ଷ୍ଟେସନର ଅନେକ କର୍ମଚାରୀ ଆଡ୍ଡା ଉପରେ ଚଢାଉରେ ସାମିଲ ଥିଲେ ଏବଂ ପ୍ରଥମେ ଜୁଆ ଚାଲି ଥିବା ଘରକୁ ସିଲ କରିଥିଲେ। ପରେ ଘର ଭିତରେ ଯୁଆଡିଙ୍କୁ ଗିରଫ କରାଯାଇଥିଲା। ଘଟଣା ସ୍ଥଳରୁ ନଗଦ ୨୯ ଲକ୍ଷ ୪୫ ହଜାର ୪୦୫ ଟଙ୍କା, ୮୮ଟି ମୋବାଇଲ୍ ଫୋନ, ୨୭ ଗୋଟି ଚାରି ଚକିଆ ଯାନ ଏବଂ ୫ ଗୋଟି ବାଇକ୍ ଜବତ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ନିଜେ ଏସ ପି ଜି ଆର୍ ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଖରୀଆର ରୋଡ ଜୋଙ୍କ ଥାନା ଅଧିକାରୀ ତଥା ଅନ୍ୟାନ୍ୟ ପୋଲିସ ପଦାଧିକାରୀ ଯୋଗ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow