ଗଞ୍ଜେଇ ସହ ବାଇକ ଜବତ ଅଭିଯୁକ୍ତ ଫେରାର :

Mar 20, 2025 - 22:23
 0  4
ଗଞ୍ଜେଇ ସହ ବାଇକ ଜବତ ଅଭିଯୁକ୍ତ ଫେରାର :

ଗଞ୍ଜେଇସହ ବାଇକ ଜବତ ଅଭିଯୁକ୍ତ ଫେରାର 

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ପୁଲିସ ଦ୍ୱାରା ୫୦ କେଜି ଗଞ୍ଜେଇ ସହ ଏକ ବାଇକ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଣ୍ଟାମାଳ ଥାନା ଆଭ୍ୟନ୍ତରିଣ ସେଲାମାଳ ଜଙ୍ଗଲ ରାସ୍ତାଦେଇ ଏକ ବାଇକ ରେ ଗଂଜେଇ ଆଣୁଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଳ ଥାନାଧିକାରୀ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଯୁଗି ରହିଥିଲେ। ପୁଲିସକୁ ଦେଖି ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲl । ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ବସ୍ତା ସହ ମଟରସାଇକେଲ ଜବତ ହୋଇଥିଲା । ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେଓଜନ କରିବାରୁ ୫୦କେଜି ଥିବା ଜଣାପଡିଥିଲା। ଏନେଇ କଣ୍ଟାମାଳ ଥାନା ପକ୍ଷରୁ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା କଣ୍ଟାମାଳ ଥାନାଧିକାରୀ ସୂଚନା ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow