ଓଏଏସ୍ ପ୍ରାପ୍ତ ବିଜୟ ଲଷ୍ମୀ ନାଗ ଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ବ୍ଲକ ଅଧକ୍ଷ୍ୟା ସମେତ ଶିକ୍ଷା ବିଭାଗ କର୍ମଚାରୀ

Oct 21, 2024 - 17:34
Oct 21, 2024 - 17:36
 0  53
ଓଏଏସ୍ ପ୍ରାପ୍ତ ବିଜୟ ଲଷ୍ମୀ ନାଗ ଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ବ୍ଲକ ଅଧକ୍ଷ୍ୟା ସମେତ ଶିକ୍ଷା ବିଭାଗ କର୍ମଚାରୀ

କର୍ଲାମୁଣ୍ଡା:୨୧/୧୦ଲୋକ ଆବାଜ .ଇନ (ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ବିଜୟ ଲଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୪୯ ରେଙ୍କ ରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

ଏହି ଅବସରରେ ସୋମବାର ଗୋଷ୍ଠି ଶିକ୍ଷା ବିଭାଗ କାର୍ଯ୍ୟାଳୟ ଠାରେ ବ୍ଳକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଆଦିବାସୀ ନେତା ନନ୍ଦି କିଶୋର ଭୋଇ ଉପସ୍ଥିତ ରହି ବିଜୟ ଲଷ୍ମୀ ନାଗ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଠିକ ସେହିପରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ ରଣା, ସଂପାଦକ ସୁଦର୍ଶନ ସାହୁ, ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ,ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ହେମନ୍ତ ନାଏକ,ପ୍ରଭାରଞ୍ଜନ ବନଛୋର, ଟିକୁନୁ କୁମାର,ଶିକ୍ଷକ ଦୁଷ୍ମନ୍ତ ଲେଙ୍କା,ଏକାଉଣ୍ଟାଣ୍ଟ କ୍ଷୀରୋଦ ବଡମାଲି,ପ୍ରଫୁଲ୍ଲ ପାଠି,କ୍ଲର୍କ ଭୋଜରାଜ ରଣା,

ଏମ୍ ଆଇ ଏସ ସନ୍ତୋଷ କୁମାର, ବିଆରଟି ପ୍ରଦୀପ କୁମାର ବେହେରା ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ କେକ କାଟି ସମ୍ବର୍ଦ୍ଧନା ଜଣାଇଥିଲେ।

ତେବେ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାର ,ଗୁରୁଜନଙ୍କ ଆଶୀର୍ବାଦ ତଥା ତାଙ୍କ ନିଜର ପ୍ରଚେଷ୍ଟା ହିଁ ସଫଳତା ଦେଇଥିବା କହିଛନ୍ତି

What's Your Reaction?

like

dislike

love

funny

angry

sad

wow