ଗାନ୍ଧୀ ଜୟନ୍ତୀରେ କଣ୍ଟାମାଳ ଡାକ୍ତରଖାନାରେ ସ୍ୱଛତା ଅଭିଯାନ ଝାଡୁଧରି ସଫେଇ କଲେ ଓ ଶପଥ ନେଲେ ବିଧାୟକ କହ୍ନେଇ ଡାଙ୍ଗ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ସ୍ୱଛତା ପକ୍ଷ ଅବସରରେ ଗାନ୍ଧିଜୀ ଙ୍କ ସ୍ଲୋଗାନ ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ଓ ସ୍ୱଛତା ହିଁ ସେବା କୁ ପାଥେୟ କରି ଆଜି କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଙ୍କ ନେତୃତ୍ୱରେ ଏକ ସଫେଇ ଓ ସ୍ଵଛ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ପ୍ରଥମେ ବିଧାୟକ ଶ୍ରୀ ଡାଙ୍ଗ କଣ୍ଟାମାଳ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l ରୋଗୀମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ମେଡିକାଲ ଅଫିସର ଡ଼ଃ ଜଗଦୀଶ ସେଠୀଙ୍କ ସହ ଆଲୋଚନା କରିଥିଲେ l ପରେ ଡାକ୍ତରଖାନା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l ଶେଷରେ କଣ୍ଟାମାଳ ଜଳ ପରିମଳ ବିଭାଗର ବିଆରସି ଅର୍ଜୁନ ଦାସ ଙ୍କ ତତ୍ୱାବଧାନ ରେ ପରିବେଶ ସ୍ୱଚ୍ଛତା କୁନେଇ ଏକ ସାମୁହିକ ଶପଥ ପାଠ କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ମଣ୍ଡଳ ସଭାପତି ଅନିଲ ପ୍ରଧାନ,ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା,ବିଜେପି ନେତାଡ଼ମ୍ବରୁଧର କହଁର,ରାଜୀବ ମିଶ୍ର,କେଦାରନାଥ ସାହୁ,କୃଷ୍ଣ କହଁର, ସୁଶୀଲ କୁମାର ପାଣିଗ୍ରାହୀ,ଠାକୁର ଚରଣ ନାୟକ, ସୁଦର୍ଶନ ବଘାର ସମେତ ବିଜେପିର ବହୁ କର୍ମକର୍ତ୍ତା, ଡାକ୍ତରଖାନା ର ଡକ୍ଟର, କମ୍ପାଉଣ୍ଡର,ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ସଫେଇ ଅଭିଯାନ ରେ ସାମିଲ ହୋଇ ସହଯୋଗ କରିଥିଲେ l
What's Your Reaction?






