କର୍ଲାମୁଣ୍ଡା ବ୍ଲକ..... ୧୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିଲା ଟାଵଲେଟ କମ୍ପ୍ୟୁଟର...

କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବ୍ଲକ ର ୧୩ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଟାଵଲେଟ କମ୍ପୁଟର ଦିଆ ଯାଇଥିବା ଦେଖିବାକୁ ମିଳିଛି।ଏହି ଅବସରରେ ବ୍ଲକ ଗୋଷ୍ଠି କାର୍ଯ୍ୟାଳୟ ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୋରାଡବରା, ଖଲିଆପାଲି କର୍ଲାମୁଣ୍ଡା, ରେଗଡା, କଣ୍ଡରେଇ, ଟକାରୁମାଲ, ଭଟାପଲା, କୁଶୁର୍ଲା, ବଡ଼ଡୁଙ୍ଗୁରିଗୁଡା, ଯୋଗିପଲା, ଭାଲୁପିଆ, ରେଙ୍ଗାଲି, ସୁରୁଜୁଲି ଆଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ବିଜୟ ଲଷ୍ମୀ ନାଗ ଟାଵଲେଟ କମ୍ପ୍ୟୁଟର ପ୍ରଦାନ କରିଥିଲେ।ଏଥିରେ ସିଆରସିସି ପ୍ରସନ୍ନ କୁମାର ସାହୁ, ଉଜ୍ଜ୍ୱଳ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ଏମ୍ଆଇଏସ ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏହି ଟାଵଲେଟ ଜରିଆରେ ଛାତ୍ରୀ ଛାତ୍ର ମାନଙ୍କୁ ସହଜରେ ବିଭିନ୍ନ ଜ୍ଞାନ କୌଶଳ ତଥା ଆପ ଜରିଆରେ ଶିକ୍ଷଣୀୟ ବିଷୟରେ ଜ୍ଞାନ ଆହରଣ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି
।
What's Your Reaction?






