ଘଣ୍ଟାପଡ଼ାର ଦଣ୍ଡ ଯାତ୍ରା ଆରମ୍ଭ

Mar 17, 2025 - 08:42
 0  21
ଘଣ୍ଟାପଡ଼ାର ଦଣ୍ଡ ଯାତ୍ରା ଆରମ୍ଭ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗ୍ରାମର ମାନସିକ ଦଣ୍ଡ ଆରମ୍ଭ ହୋଇଯାଇଛି । ଦୀର୍ଘ ଶହେ ବର୍ଷରୁ ଉର୍ଦ୍ଧ ହେବ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଫାଲଗୁନ ପୂର୍ଣ୍ଣିମାରେ ପୋତା ଯାଇଥିବା କାମନା ଦଣ୍ଡମହାପୁରୁଙ୍କୁ ପୂଜାର୍ଚ୍ଚନା ପରେ ଖୋଳା ଯାଇଥାଏ ଏବଂ ଚୈତ୍ରମାସ ପ୍ରତିପତାରୁ ଦଣ୍ଡକୁ ବାହାରକରି ମାନସିକଧାରୀ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଗାଁ ଗାଁରେ ବୁଲାଇଥାନ୍ତି।ଏହାକୁ ଆକର୍ଷଣୀୟ କରିବା ପାଇଁ ଶ୍ରୀକୃଷ୍ଣଙ୍କ ରାସଲୀଳାକୁ ନାଟକ ମାଧ୍ୟମରେ ଗାଁଆ ଗାଁଆରେ ପ୍ରଦର୍ଶନ କରିଥାନ୍ତି। ଏପରିସ୍ଥଳେ ଶନିବାର ଶତାଧିକ ମାନସିକଧାରୀ ଦଣ୍ଡମହାପୁରୁଙ୍କୁ ଧରି ଘଣ୍ଟାପଡ଼ା ଗ୍ରାମରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ନାଟକ ମାଧ୍ୟମରେ ଦଣ୍ଡନୃତ୍ୟ (ପାଣିଦଣ୍ଡ) ପରିବେଷଣ ହୋଇଯାଇଛି।

What's Your Reaction?

like

dislike

love

funny

angry

sad

wow