କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ

Mar 17, 2025 - 08:45
 0  14
କୁରୁକୁପା ଗ୍ରାମରେ ଅନୁଷ୍ଠିତ ୧୬ପ୍ରହର ନାମ ଯଜ୍ଞ ପୁନଃଶ୍ଚରଣ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର କୁରୁକୁପାର ତଳିପଡ଼ାଠାରେ ୧୬ପ୍ରହର ନାମ ଯଜ୍ଞ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନାମ ଯଜ୍ଞରେ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ଟି ସଂକୀର୍ତ୍ତନଦଳ ଭାଗ ନେଇଥିଲେ। ସମସ୍ତ ପୂଜା କାର୍ଯ୍ୟରେ ଯଜ୍ଞାଚାର୍ଯ୍ୟ ଭାବେ ପଣ୍ଡିତ ଚିଉରଞ୍ଜନ ପାଣିଗ୍ରାହୀ ଓ ପଣ୍ଡିତ ଶୁଶିଳ ପାଣିଗ୍ରାହୀ ପୌରାହିତ କରିଥିବା ବେଳେ ଦୁର୍ବାଦଳ ଭୋଇ ତାଙ୍କ ପତ୍ନୀ ପ୍ରତିମା ଭୋଇ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟୀ ଉପଦେଷ୍ଠା ବିପିନ ଭୋଇ ,ବରିଷ୍ଠ ସଦସ୍ୟ ହୃଷିକେଶ ଭୋଇ, ମାଧବ ସାହୁ, କର୍ଣ୍ଣ ରଣା, ସୁରେଶ ମହାପାତ୍ର, ପ୍ରିୟବର୍ଦ୍ଧନ ଭୋଇ,ଦୁର୍ଯ୍ୟୋଧନ ରଣା, ଗୁରୁଦେବ ସା, କ୍ଷୀରୋଦ୍ର ସା, କଳିଙ୍ଗ ରଣା, ଟଙ୍କଧର ଭୋଇ , ସହଦେବ ନାଏକ,ଯୁଗେଶ୍ଵର ଘିବେଲା, ଲଳିତ ସାହୁ, ସୀତାରାମ ସାହୁ ଏବଂ ଗ୍ରାମବାସୀ ସହଯୋଗ କରିଥିଲେl

What's Your Reaction?

like

dislike

love

funny

angry

sad

wow