ଗଡିଆଜୋର ବନ୍ଧରେ ମାଛ ଚାଷ ରେ ଚଞ୍ଚକତା କୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡିଆଜୋର ଗ୍ରାମର ମୁଡାବନ୍ଧରେ ସ୍ଥାନୀୟ ଗ୍ରାମବାସୀଙ୍କ ବିନା ସହମତିରେ ଚଞ୍ଚକତା ପୂର୍ବକ ଜନୈକ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା କରାଯାଇଥିବା ମାଛ ଚାଷ କୁ ବିରୋଧ କରି ଗଡିଆଜୋର ଗ୍ରାମବାସୀ ଜିଲ୍ଲାପାଳ ବୌଦ୍ଧ ଙ୍କ ନିକଟରେ ଫେରାଦ ହୋଇଥିବା ସହ ବିଧାୟକ କଣ୍ଟାମାଳ, ବିଡ଼ିଓ କଣ୍ଟାମାଳ, ଜିଲ୍ଲା ମତ୍ସ୍ୟଚାଷ ଅଧିକାରୀ,ବ୍ଲକ ଭାରପ୍ରାପ୍ତ ମତ୍ସ୍ୟଚାଷ ଅଧିକାରୀ, ବ୍ଲକ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି l ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମବାସୀଙ୍କ ଉଦ୍ୟମରେ ସରକାରଙ୍କ ଯୋଜନାରୁ ଉକ୍ତ ବନ୍ଧ ଖନନ କାର୍ଯ୍ୟ କରି ମୁଡlବନ୍ଧ ନାମରେ ଏହି ବନ୍ଧର ନାମକରଣ କରିଥିଲେ l ପ୍ରତିବର୍ଷ ଏହି ମୁଡlବନ୍ଧ ରେ ଗଡିଆଜୋର ଗ୍ରାମବାସୀ କ୍ରମାଗତ ଭାବେ ମାଛ ଚାଷ କରିଆସୁଛନ୍ତି l ଏପରିକି ଚଳିତବର୍ଷ ମୁଡାବନ୍ଧରେ ଘାଇ ହୋଇଥିଲା l ଗ୍ରାମବାସୀ ଜେସିବି ଦ୍ୱାରା ଉକ୍ତ ଘାଇକୁ ମାଟିପକାଇ ସମତୁଲ କରିବାସହ ଏଥିରେ ଯାଆଁଳା ମାଛ ଛାଡିଥିବା ଅଭିଯୋଗ ହୋଇଛି l ତେବେ ଗଡିଆଜୋର ଗାଁ କମିଟିର ବିନା ସହମତିରେ ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳାମାନେ ଗତ ତା 22.10.2024ରିଖ ଦିନ ମାଛ ଜାଆଁଳ ଛାଡିଥିବା ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଗୁହାରି କରିଛନ୍ତି l ଚଞ୍ଚକତା କରି ଗାଁ କମିଟିର ବିନା ସହମତିରେ ମାଛ ଯାଆଁଳା ଛାଡ଼ିଥିବାରୁ ଏହାର ସୁଵିଚାର କରି ଉକ୍ତ ଏସଏଚଜି ଗ୍ରୁପ କୁ ଉଛେଦ କରିବାପାଇଁ ଦୃଢ଼ ଦାବି କରିଛନ୍ତି ଗଡ଼ିଆଯୋର ଗାଁ କମିଟି ର ସୁରେନ୍ଦ୍ର କୁଦେଇ,ଦାଶ ଦୀପ, ଲକ୍ଷ୍ମୀଧର ଜାଲ ସମେତ ସମସ୍ତ ଗ୍ରାମ୍ୟ କମିଟି ସଦସ୍ୟ ସଦସ୍ୟା l ପ୍ରଶାସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅlନଗଲେ ଅlଗାମି ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗାଁ କମିଟି ପକ୍ଷରୁ କୁହାଯାଇଛି l
What's Your Reaction?






