ଘଣ୍ଟାପଡ଼ା ଦଶହରାରେ ରାବଣ ଦରବାର । ଏଥର ମହାରାଜ ହେବେ ମନୋଜ ମହାନ୍ତି।

କଣ୍ଟାମାଳ:ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ପୂଜା କମିଟି ଦ୍ଵାରା ପାଳିତ ହେଉଥିବା ଦୁର୍ଗାପୂଜାରେ ରାବଣ ଦରବାର ପାଇଁ କଳାକାର ତଥା ପୂର୍ବତନ ସୈନିକ ମନୋଜ ମହାନ୍ତିଙ୍କୁ ମହାରାଜା ପାଇଁ ବରଣ କରାଯାଇଛି। ଶୁକ୍ରବାର ଏକ ପୂଜା କମିଟିର ସଦସ୍ୟମାନେ ଶ୍ରୀ ମହାନ୍ତିଙ୍କୁ ପାଛୋଟି ନେଇଥିଲେ ଓ ପରେ ଗ୍ରାମର ଜମିଦାର ବସନ୍ତ ମାଝୀ ତାଙ୍କୁ ସ୍ଵାଗତ ଜଣାଇ ଶ୍ରୀଫଳ ସହ ପୁଷ୍ପଚନ୍ଦନ ଓ ଉପଢୌକନ ଦେଇ ଆସନ୍ତା ଦଶହରା ଦୁର୍ଗାପୂଜାରେ ମହାରାଜା ପାଇଁ ବରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଗିରିଧର ଦେହୁରୀ, ସଂପାଦକ ପପୁନ ପାଣିଗ୍ରାହୀ, ସଦସ୍ୟ ଗୌତମ, ଗଜେନ୍ଦ୍ର, ଗୋପୀ, ସିଦ୍ଧାନ୍ତ,ଶୁକ, ସିପୁନ, ଲିପୁନ,ପ୍ରେମାନନ୍ଦ , ଉପଦେଷ୍ଠା ସୂର୍ଯ୍ୟନାରାୟଣ ସାହୁ, ମନୋଜ ପାଣିଗ୍ରାହୀ, ବିରେନ୍ଦ୍ର ଦେହୁରୀ, ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ
What's Your Reaction?






