ଋଣ୍ଡିମହୁଲ ହାଇସ୍କୁଲ ଠାରେ ସଂସ୍କୃତ ଗୌରବ ଦିବସ ପାଳିତ

Aug 31, 2024 - 05:43
 0  47
ଋଣ୍ଡିମହୁଲ ହାଇସ୍କୁଲ ଠାରେ ସଂସ୍କୃତ ଗୌରବ ଦିବସ ପାଳିତ

କଣ୍ଟାମାଳ: ଲୋକ୍ ଆବାଜ୍ .ଇନ୍ ( ପୂର୍ଣ୍ଣ ଚରଣ ସାହୁ)
 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ପଂଚାୟତ ଅନ୍ତର୍ଗତ ଦଧିବାବନ ଉଚ୍ଚବିଦ୍ୟାଳୟଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ର ଙ୍କ ଅଧକ୍ଷତାରେ ସଂସ୍କୃତ ଗୌରବ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ନିରଞ୍ଜନ ସାହୁ ସଂସ୍କୃତ ଗୌରବ ଦିବସ ପାଳନର ମହତ୍ୱ ରେ ସାର ଗର୍ଭକ ଭାଷଣ ଦେଇଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟରେ ସଂସ୍କୃତ ସମ୍ଭାଷଣ ହୋଇଥିଲା l ପ୍ରତି ଯୋଗୀ ବିଜେତା ମାନଙ୍କୁ ପୁରସ୍କାର ଦିଆଯାଇଥିଲା l ଶିକ୍ଷକ ପ୍ରଶାନ୍ତ କୁମାର ଶୁକ୍ଳ, ସୁଶାନ୍ତ କୁମାର ରଥ, ବିଦ୍ୟାଳୟର କର୍ମଚାରୀ ମାର୍କଣ୍ଡ ନାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶିକ୍ଷକ ରାଜ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow