ଘଣ୍ଟାପଡ଼ା ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

କଣ୍ଟାମାଳ;୨/୧୧(ଲୋକ ଆବାଜ. ଇନ,ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମପଞ୍ଚାୟତ ପରିସରରେ ସରପଞ୍ଚ ଶ୍ରୀମତୀ ରିତା କହଁରଙ୍କ ସଭାପତିତ୍ଵ ରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଭାରେ ପଶୁ ଚିକିତ୍ସା ବିଭାଗରୁ ପ୍ରାଣୀ ଧନ ପ୍ରଜ୍ଞାସିନୀ ପ୍ରଧାନ ଯୋଗଦେଇ ସରକାରଙ୍କ ବିଭାଗୀୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସେହିପରି ମହିଳା ମିଶନ ଶକ୍ତିରୁ ଏମ୍ ବିକେ ଶୁଭସ୍ମିତା ସାହୁ ଯୋଗଦେଇ ବିଭାଗୀୟ ସରକାରୀ ଯୋଜନା ଉପରେ ଉପସ୍ଥିତ ମହିଳାଙ୍କୁ କହିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀ, ଏଡିଇଓ ଶ୍ରୀନୀବାସ ଶତପଥି, ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲି, ସମାଜସେବୀ କ୍ଷୀର ରଣା ଏବଂ ସାମ୍ବାଦିକ ପ୍ରଭାତ କୁମାର ସାହୁ ଯୋଗ ଦେଇ ପଞ୍ଚାୟତରାଜର ବିଭିନ୍ନ ଯୋଜନାର ଅବହେଳିତ କାର୍ଯ୍ୟ, ତାର ସମିକ୍ଷା, ପ୍ରକୃତ ହିତାଧିକାରୀ ଚୟନ ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଯୋଗାଣ ସହାୟକ ଧରଣୀ ଧର ବିଭାର ସଭା ପରିଚାଳନା କରିଥିବା ବେଳେ ଏଡିଇଓ ଶ୍ରୀନିବାସ ଶତପଥି ଧନ୍ୟବାଦ ଦେଇଥିଲେ। ସଭାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଉକ୍ତ ସଭାରେ ସିଆରପି,ମହିଳା ଗୋଷ୍ଠୀର ସଦସ୍ୟା , ବିଭିନ୍ନ ବର୍ଗର ହିତାଧିକାରୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ।
What's Your Reaction?






