ରକ୍ତଦାତା ଓ ରକ୍ତ ବ୍ୟବସ୍ଥାପକ , ସତ୍ୟମ୍ ସିଂଘଳ ବାରମ୍ବାର ସମ୍ମାନିତ

ନୂଆପଡ଼ା :ଲୋକ ଆବାଜ,. ଇନ(ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ଖରୀଆର ସହରର ରକ୍ତଦାତା ତଥା ରକ୍ତ ବ୍ୟବସ୍ଥାପକ ଶ୍ରୀ ସତ୍ୟମ୍ ସିଂଘଳ କେବଳ ନୂଆପଡ଼ା ଜିଲ୍ଲା କିମ୍ବା ଓଡ଼ିଶା ଭିତରେ ସୀମିତ ନୁହଁନ୍ତି ବରଂ ସେ ଛତିଶ ଗଡ଼ ରାଜ୍ୟର ରାୟପୁର ତଥା ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପଟ୍ଟନମ ପର୍ଯ୍ୟନ୍ତ ନିଃସ୍ୱାର୍ଥ ଭାବରେ ରୋଗୀଙ୍କ ପାଇଁ ରକ୍ତ ବ୍ୟବସ୍ଥା କରି ପ୍ରଶଂସାର ପ୍ରିୟ ପାତ୍ର ସାଜିଛନ୍ତି ।ନିକଟରେ ନୂଆପଡ଼ା ଜିଲ୍ଲାର ଷ୍ଟୁଡେଣ୍ଟସ ରକ୍ତ ଦାନ ମହାସଂଘ ଓ ମାରୱାଡ଼ି ଯୁବା ମଞ୍ଚ ସିନାପାଲି ଦ୍ଵାରା ସତ୍ୟମଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି ।କାର୍ଯ୍ୟକ୍ରମରେ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ,ବିଜେପି ଜିଲ୍ଲା ଯିବା ନେତା ଅଭିନନ୍ଦନ ପଣ୍ଡା,ମାରୱାଡ଼ି ଯୁବ ମଂଚର କାର୍ଯ୍ୟକର୍ତ୍ତା,ଅନେକ ସଂଗଠନର କାର୍ଯ୍ୟକର୍ତ୍ତା,ସାମାଜିକ କର୍ମୀ ଉପସ୍ଥିତ ଥିଲେ ।ମାନବ ସମାଜ ପ୍ରତି ସତ୍ୟମଙ୍କ ନିଷ୍ଠା,ସେବା,ଆଉ ଅବଦାନକୁ ସମ୍ମାନିତ କରିବା ସହିତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ସତ୍ୟମଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
What's Your Reaction?






