ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାର ଦ୍ୱିତୀୟ ସଂଧ୍ୟାରେ ସୀତା ଚୋରୀ ।

Oct 12, 2024 - 13:17
 0  62
ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ  ରାବଣ ଦରବାର ଦ୍ୱିତୀୟ ସଂଧ୍ୟାରେ ସୀତା ଚୋରୀ ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲ କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ରାବଣ ଦରବାରର ଦ୍ୱିତୀୟ ସଂଧ୍ୟାରେ ରାବଣଙ୍କ ଅନୁମତି କ୍ରମେ ରାଜକୀୟ ଅତିଥିଭାବେ କଣ୍ଟାମାଳ କୋର୍ଟର ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆଦିବାସୀ ନେତା ତଥା ସମାଜ ସେବୀ ସତ୍ୟନାରାୟଣ ମାଝୀ,ଅଶୋକ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ମଲିକ, ଯୁକ୍ତଦୁଇ କଲେଜର ଅଧ୍ୟାପକ ପରେଶ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ସାହୁ, କୁଲୁତାଯୋର ପ୍ୟାକ୍ସ ସଭାପତି ହିମାଞ୍ଚଳ ରଣା, ଶିକ୍ଷାବିତ ନିଳାଚଳ ଭୋଇ ପ୍ରମୁଖ ଯୋଗ ଦେଇ ଘଣ୍ଟାପଡ଼ା ଅଞ୍ଚଳରେ ଗୋଟିଏ ରାବଣ ଭଳି ଅନେକ ରାବଣ ନିଜର ଗର୍ବ, ଅହଙ୍କାରକୁ ଧରି ଦୁର୍ବଳଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି. । ତେଣୁ ଏପରି ନ ହୋଇ ଭାଇଚାରା ନେଇ ଗୋଟିଏ ସୁଦୃଢ ସମାଜ ଗଠନରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ।ଶତାଧିକ ଦର୍ଶକମାନେ ଉପସ୍ଥିତି ରହି ନାଟକ ସୀତା ଚୋରୀ ସହ ମୀନାମନାର ଉପଭୋଗ କରିଥିଲେ। ରାବଣ ମହାରାଜ ଆଦେଶ କ୍ରମେ ଦେବେନ୍ଦ୍ରନାଥ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ସମାଜସେବୀ ସୂର୍ଯ୍ୟନାରାୟଣ ସାହୁ ସଭା ପରିଚାଳନା କରିଥିଲେ।ସୁପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ ସୁରକ୍ଷାରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କୁନିକୁନି କଳାକାରଙ୍କ ସାଂସ୍କୃତିକ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow