ଚଣ୍ଡୀ ଯଜ୍ଞ ପାଈଁ ମା ସୁରେଶ୍ଵରୀ ଙ୍କ ମନ୍ଦିର ଠାରେ ଶୁଭ ଖମ୍ବ ସ୍ଥାପନ ଓ ଅଙ୍କୁରା ରୋପଣ

Sep 28, 2024 - 16:42
 0  16
ଚଣ୍ଡୀ ଯଜ୍ଞ ପାଈଁ ମା ସୁରେଶ୍ଵରୀ ଙ୍କ ମନ୍ଦିର ଠାରେ ଶୁଭ ଖମ୍ବ ସ୍ଥାପନ ଓ ଅଙ୍କୁରା ରୋପଣ

ସୁବର୍ଣ୍ଣପୁର: ଲୋକ ଆବାଜ୍. ଇନ୍ (ମନୋରଂଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ବିଶ୍ବ ଶାନ୍ତି ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ପାଈଁ ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଆଜି ଶୁଭ ଖମ୍ବ ସ୍ଥାପନା ଓ ଅଙ୍କୁରା ରୋପଣ କରାଯାଇଛି l ପରେ ପରେ ସହର ର ଅଷ୍ଟ ବିଷ୍ଣୁ ଙ୍କୁ ନିମନ୍ତ୍ରଣ ଓ ପ୍ରଭୂ ଙ୍କ ଠାରୁ ଆଜ୍ଞାମାଳ ଅଣା ଯାଇଛି l ଆସନ୍ତା କାଲି ଠାରୁ କ୍ରମାଗତ ଭାବରେ ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ ଚଣ୍ଡୀ ଓ ଅଷ୍ଟ ହନୁମାନ ଙ୍କୁ ନିମନ୍ତ୍ରଣ ସହିତ ତାଙ୍କ ଠାରୁ ଆଜ୍ଞା ମାଳ ଅଣାଯିବା ର କାର୍ଯ୍ୟକ୍ରମ ରହିଛି l ପଣ୍ଡିତ କାଳୀ ପ୍ରସାଦ ମିଶ୍ର ଙ୍କ ଦ୍ଵାରା ପୁଜା କରାଯାଇ ଏହି ଯଜ୍ଞ ର ଏହି ଶୁଭ ଖମ୍ବ ସ୍ଥାପନ କରଯାଇଥିବା ବେଳେ ଯଜ୍ଞ କମିଟି ର ସମସ୍ତ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow