ସୁଭଦ୍ରା ରଥକୁ ମଲିକୁଦରେ ଭବ୍ୟ ସ୍ଵାଗତ।

Sep 15, 2024 - 21:05
 0  8
ସୁଭଦ୍ରା ରଥକୁ ମଲିକୁଦରେ ଭବ୍ୟ ସ୍ଵାଗତ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନାକୁ ଲୋକାଭିମୁଖି ତଥା ଜନସଚେତନତା କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ କରିଥିବା ସୁଭଦ୍ରା ରଥକୁ ରବିବାର ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ଭବ୍ୟ ସ୍ଵାଗତ କରାଯାଇଥିଲା। ମହିଳା ସଂକୀର୍ତ୍ତନ ମାଧ୍ୟମରେ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା ଓ ସମିତି ସଭ୍ୟା ଅଙ୍ଗୁରୀ ତାଣ୍ଡି ରଥକୁ ପାଛୋଟି ନେଇ ଧୂପ ଦୀପ ଚନ୍ଦନପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥିଲେ।ମହିଳା ସଂକୀର୍ତ୍ତନ ଦ୍ଵାରା ସୁଭଦ୍ରା ରଥକୁ ଗ୍ରାମ୍ୟ ପରିକ୍ରମା କରାଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଯାଇଥିଲା ।ବ୍ଲକ ସଂଯୋଜକ ତଥା ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପୁଲିସ ସୁରକ୍ଷାରେ ଚାଲିଥିବା ରଥରେ ପଞ୍ଚାୟତର୍ନିର୍ବାହୀ ଅଧିକାରୀ ଭୁଲେଶ୍ଵର ନାଗ, ଗ୍ରାମ ରୋଜଗାର ସେବକ କ୍ଷୀରୋଦ କୁମାର ମହାପାତ୍ର, ସମାଜସେବୀ ପିନାକ ଧର ରଣା, ରାମଚନ୍ଦ୍ର ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଉକ୍ତ ପଞ୍ଚାୟତର ମଲିକୁଦ ଗ୍ରାମରୁ ବାହାରି ତିଲକାମାଲ , ସିମିଳିଯୋରା, ଘୁଚାଙ୍ଗି,ବିରସିଂପୁରରୁ ବରଗାଁଦେଇ ପଡୋଶୀ ପଞ୍ଚାୟତ ନାରାୟଣପ୍ରସାଦର ବିଭିନ୍ନ ଗ୍ରାମରେ ଗଡିଛି ସୁଭଦ୍ରା ରଥ । ପ୍ରତ୍ୟେକ ସ୍ଥାନରେ ବହୁ ମହିଳା, ସିଆରପି, ଅଙ୍ଗନୱାଡି କର୍ମୀ, ଆଶା ଦିଦି ମାନଙ୍କ ଦ୍ୱାରା ସୁଭଦ୍ରା ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow