ଚାରି ବର୍ଷ ହେଲାଣି ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର ଛୁଆ ଗୋଟିଏ କେନ୍ଦ୍ରରେ - ପ୍ରଶାସନର ଦୃଷ୍ଟି ପଡ଼ିବ କେବେ???

Apr 10, 2025 - 21:02
 0  38
ଚାରି ବର୍ଷ ହେଲାଣି ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର ଛୁଆ ଗୋଟିଏ କେନ୍ଦ୍ରରେ - ପ୍ରଶାସନର ଦୃଷ୍ଟି ପଡ଼ିବ କେବେ???

ନୂଆପଡା: ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ ପଞ୍ଚାୟତର ଜୟବାହାଲ୍ ଗ୍ରାମରେ ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ଅଛି ।କେନ୍ଦ୍ର ୧ ର ଗୃହ ପ୍ରାୟ ୪ ବର୍ଷ ହେଲାଣି ବ୍ୟବହାର ଯୋଗ୍ୟ ହୋଇପାରୁ ନାହି,ଖରାପ ହୋଇ ପଡ଼ି ରହିଛି ।ତା'ର ରିପାଇରିଂ ନ କରିବା ସତ୍ତ୍ୱେ ଗୃହଟି ବ୍ୟବହାର ଯୋଗ୍ୟ ହୋଇ ପାରିଲା ନାହିଁ ବୋଲି କେନ୍ଦ୍ର ୨ ରେ ଦୁଇଟି କେନ୍ଦ୍ରର ଶିଶୁ ପାଠ ପଢ଼ୁଛନ୍ତି ।ଗୋଟିଏ କୋଠରୀ ଦୁଇ ଜଣ ଅଙ୍ଗନୱାଡ଼ି ପୁଣି ଦୁଇଟି କେନ୍ଦ୍ରର ଶିଶୁ ଏକାଠି ପଢ଼ିବା କେତେ ଠିକ୍ ତାହା ସମସ୍ତଙ୍କୁ ଜଣା ।

ଅଭିଭାବକ ମହଲରେ ଏହି ସମସ୍ୟା ଉପରେ ଆଲୋଚନା ହେଉଥିବା ସହ ସମସ୍ତ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି ।ତେଣୁ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନୂତନ ଏକ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରି ଶିଶୁଙ୍କୁ ତାଙ୍କର ସ୍ଵାଧୀନତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

What's Your Reaction?

like

dislike

love

funny

angry

sad

wow