ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

Apr 10, 2025 - 20:55
 0  26
ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ନୂଆପଡ଼ା :ଲୋକ ଆବାଜ୍.ଇନ ( ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସୁନାପୁର ଠାରେ ମହିଳା ପରିଦର୍ଷୀକା ଅନୁସୁୟା ତାଣ୍ଡିଙ୍କ ଆହ୍ବାନ କ୍ରମେ ତଥା ବ୍ଲକ ସଂଯୋଜୀକା ସୁଶ୍ରୀ ପ୍ରତିମା ମାଝୀଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ସୁନାପୁର ସରପଞ୍ଚ ମୁକ୍ତା ରାଉତ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିଲେ ଯୋଗଦାନ କରିଥିବାବେଳେ ବିଶିଷ୍ଟ ଅତିଥି ଭାବରେ ଡି ସି ରଞ୍ଜନ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଷିକେଶ ବୈଠାରୁ ମଞ୍ଚାସିନ ଥିଲେ ।ମୁଖ୍ୟତଃ ଶିଶୁ ସୁରକ୍ଷା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

ଆଲୋଚ୍ୟ ବିଷୟ ଗୁଡ଼ିକ ଥିଲା - ବାଲ୍ୟ ବିବାହ ଏବଂ ଏହାର ସମସ୍ୟା , ଡ୍ରପ ଆଉଟ୍ ଶିଶୁ ମାନଙ୍କୁ ଆଇ ଟି ଆଇ କିମ୍ବା ଏସ ଆଇ ଓ ଏସ ରେ ଲିଙ୍କେଜ୍ କରାଇବା । ଅନାଥ ଶିଶୁ,ଏକାକୀ ମାତା ପିତା,ବିକଳାଙ୍ଗ,ଲମ୍ବା ସମୟ ଧରି ଅସୁସ୍ଥ ରହୁଥିବା ଶିଶୁ, ଏଚ୍ ଆଇ ଭି ପୋଜିଟିଭ୍ ଶିଶୁ,ଶିଶୁ ଶ୍ରମିକ,ଦାଦନ ସମସ୍ୟା ଭଳି ସମସ୍ୟା ଭିତରେ ରହୁଥିବା ଅସୁରକ୍ଷିତ ଶିଶୁ ମାନଙ୍କ ପାଇଁ ଆଲୋଚନା ହେବା ସହ ଶିଶୁ ପାଇଁ ଖୋଲା ଟ୍ରାନ୍ସଫର୍ମର,ଖୋଲା ଡ୍ରେନ,ପାଚେରୀ ନଥିବା ପୋଖରୀ, ବାଉଣ୍ଡରୀ ନଥିବା ଅଙ୍ଗନୱାଡ଼ି କେନ୍ଦ୍ର ଅବା ବିଦ୍ୟାଳୟ ଅସୁରକ୍ଷିତ ଅଟେ ତେଣୁ ଉପରୋକ୍ତ ବିଷୟ ବିନ୍ଦୁ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।ବୈଠକରେ ଅଙ୍ଗନୱାଡ଼ି କର୍ମୀ,ୱାର୍ଡ ମେମ୍ବର, ସଖୀ,ସହେଲୀ, ସଖା,ବନ୍ଧୁ , ଏ ଇନ ଏମ ଦିଦି ମାନେ ଉପସ୍ଥିତ ରହିଥିଲେ ।ସମାଜରେ ଶିଶୁ ସୁରକ୍ଷିତ ରହିବାକୁ ସମସ୍ତଙ୍କ ଗୁରୁ ଦାୟୀତ୍ୱ ଅଛି ବୋଲି ଡି ସି ରଞ୍ଜନ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରି ଏହାର ସୁପରିଚାଳନା ପାଇଁ ସମସ୍ତଙ୍କୁ ଆନ୍ତରିକ ଅନୁରୋଧ କରିଥିଲେ ।ବ୍ଲକ ସଂଯୋଜିକା ପ୍ରତିମା ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow