ଜଳସେଚନ ଦାବିରେ ମୋଟେର ଛକ ରେ ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ ଯାତାୟାତ ଠପ।

କଳାହାଣ୍ଡି : ଲୋକ ଆବାଜ.ଇନ୍((ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)
ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ରବି ଚାଷ ପାଇଁ ଜଳସେଚନ ଦାବି ରେ ସଚେତନ କୃଷକ ମଞ୍ଚ ପକ୍ଷରୁ କୋକସରା ବ୍ଲକ ମୋଟେର ଛକ ରେ ଜାତୀୟ ରାଜପଥ ୨୬ କୁ ସକାଳ ୬ ଘଣ୍ଟା ରୁ କୃଷକ ସଚେତନ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ମେଗାଲିଫ୍ଟ କେନାଲ ରୁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ର ପାଖାପାଖି ୨୬ ହଜାର ହେକ୍ଟର କୁ ଜଳସେଚନ ଯୋଗାଇ ଦେବାକୁ ଆନ୍ଦୋଳନ କରାଯାଇଛି।
ତେବେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର କମ ଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯାହାର ପ୍ରତିବାଦ ରେ ଆଜି ମୋଟେର ଛକ ରେ ହଜାର ହଜାର ଚାଷି ରାସ୍ତା ଅବରୋଧ ରେ ସାମିଲ ହୋଇଛନ୍ତି।।ଫଳରେ ଆଜି ସକାଳ ରୁ ଭବାନୀପାଟଣା ରୁ ଜୟପୁର ଓ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇ ପଡିଛି। ତେବେ ପୋଲିସ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ପକ୍ଷରୁ କାଲୋପଳା ଢ଼ାବା ଛକ ଓ ବୋବାରିଆ ଛକ ରୁ ଯାତ୍ରୀବାହୀ ବସ ଓ ଭାରିଯାନ ଗାଡି ମୋଟର କୁ ବାଇପାସ ରାସ୍ତା ଦେଇ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଛି।ସକାଳୁ ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ଶବର, ଶ୍ରୀକାନ୍ତ ଶତପଥୀ,କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା,କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧା ରାଣୀ ସୁନା, ଏସ ଆଇ ହେମନ୍ତ କୁମାର ପାତ୍ର, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଆନ୍ଦୋଳନକାରୀ ଚାଷି ଙ୍କ ଆଲୋଚନା କରିବା ସତ୍ତ୍ୱେ ମଧ୍ୟ କୌଣସି ସମାଧାନ ବାହାରି ନଥିଲା।ଚାଷୀ ମାନେ ଜଳସେଚନ ଦାବି ଜିଦ ରେ ଅଡ଼ି ବସି ପ୍ରତିବାଦ ଜାରି ରଖିଥିଲେ। ସଚେତନ କୃଷକ ମଞ୍ଚ ପକ୍ଷରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ନେତୃତ୍ୱରେ କୃଷକ ସଙ୍ଗଠନ ଦାବି ରେ ସାମିଲ ହୋଇ ନେତା ଡାକେଶ୍ୱର ଲହଜଳ,ଦିଗାମ୍ବର ଦୁରିଆ, ଜୟ ଜଗନ୍ନାଥ କୃଷକ ମଞ୍ଚ ଲଡୁଗାଁ ସଭାପତି ଦୁର୍ଗା ଅଗ୍ରୱାଲ, ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ଜୟଲାଲ ନାଏକ, ମୁକ୍ତେଶ୍ଵର ନାଏକ, ପଞ୍ଚକ ପୋଢ଼, ରାଜେନ୍ଦ୍ର ନାଏକ, ଲିଙ୍ଗରାଜ ବେହେରା, ବେନୁପାଣି ଦୁର୍ଗା, ସତ୍ୟବାନ ପାଣିଗ୍ରାହୀ, ମାନସ ରଞ୍ଜନ ବାଗ, ଧବଳେଶ୍ବର ନାଗ,ଗୋବର୍ଦ୍ଧନ ବାଗ, ନିମାଇଁ ଧଙ୍ଗଡା ମାଝୀ, ମାର୍କଣ୍ଡ ବେମାଲ, ବିକାଶ ଅଗ୍ରୱାଲ, ରବି ନାରାୟଣ ଦାସ,ଅରୁଣ ମାଝୀ ଜୟପାଟଣା ବ୍ଲକ ର ଚାଷୀନେତା ଟିକଚନ ସାହୁ ସମେତ ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତ ର ଚାଷି ସମୂହ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଚାଷି ଉପସ୍ଥିତ ରହି ଜଳସେଚନ ଦାବି ରେ ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଓ ଅଣଦେଖା କୁ ନେଇ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ତେବେ ସନ୍ଧ୍ୟା ୫:୩୦ ମିନିଟ ରେ ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ ରେ ଥିବା ଚାଷୀନେତା ଙ୍କ ସହ ଆଲୋଚନା କରି ଜଳସେଚନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ପର୍ଯ୍ୟାପ୍ତ ଜଳସ୍ତର ନ ଥିବା କାରଣ ରୁ ଚଳିତ ବର୍ଷ ମେଗାଲିଫ୍ଟ କେନାଲ ରେ ଜଳସେଚନ ବନ୍ଦ କରାଯାଇଛି। ଏଣୁ କୌଣସି ମତେ ଜଳସେଚନ କରିବା ସମ୍ଭବପର ନୁହେଁ ଆପଣ ମାନେ ପ୍ରଶାସନ ସହିତ ସହଯୋଗ ରକ୍ଷା କରି ଆନ୍ଦୋଳନ ରୁ ନିବୃତ ରହନ୍ତୁ ବୋଳି କହିଥିଲେ। ପରେ ଚାଷୀମାନେ ରାସ୍ତା ଅବରୋଧ ରୁ ହଟିଥିବା ବେଳେ ଦିର୍ଘ ୧୨ ଘଣ୍ଟା ଧରି ରାସ୍ତା ଅବରୋଧ ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିଲା। ତେବେ ଆଗକୁ ଚାଷି ସଙ୍ଗଠନ ପ୍ରଶାସନ ର ନିଷ୍ପତ୍ତି ନେଇ କଣ ଆଭିମୁଖ୍ୟ ରଖିବେ ସେନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ
What's Your Reaction?






