ନଦୀ ପାର ହେବା ସମୟରେ ଆଇ ସହ ଭାସିଗଲେ 2 ନାତି l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ଥାନା ବୁଡ଼ରୁକିଆ ପଂଚାୟତ ର ଦମଦେଇନାଳ ନଦୀ ପାରି ହୋଇ ଘରକୁ ଫେରୁଥିବା ସମୟରେ ଘଟିଛି ଏପରି ଅଭାବନୀୟ ଘଟଣା l ନଦୀ ଆରପଟେ ଥିବା ଧାନ କ୍ଷେତ କାମ ସାରି ନଦୀ ପାରି ହେଉଥିବା ସମୟରେ ଉପରମୁଣ୍ଡ ରୁ ହଟାତ ବଢିପାଣି ମାଡି ଆସିବାରୁ ଆଇ ଙ୍କ ସମେତ 2 ନାତି ପାଣି ରେ ଭାସି ଯାଇଥିଲେ l ତେବେ ସ୍ଥାନୀୟ ଜେସିବି ଡ୍ରାଇଭର ଙ୍କ ଦ୍ୱାରା ଆଇ ରଶ୍ମିତା ମଲିକ ଓ ଜଣେ ନାତି ଉଦ୍ଧାର ହୋଇଥିଲେ l କିନ୍ତୁ ଅନ୍ୟ ଏକ 6 ବର୍ଷ ର ନାତି ମସ୍ତକ ପ୍ରଧାନ ନିଖୋଜ ହୋଇଥିଲେ l ଖବର ପାଇ ବାଲିଗୁଡା ଅଗ୍ନିଶମ ବାହିନୀ ପହଂଚି ନଦୀ ରେ ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ 6 ବର୍ଷ ର ନାତି ମସ୍ତକ ଙ୍କୁ ଉଦ୍ଧାର କରାଯାଇଛି l ତେବେ ଉପରମୁଣ୍ଡ ରୁ ପାଣି ମାଡିଆସି ଭାସି ଯାଉଥିବା ଅବସ୍ଥାରେ ଆଇ ଓ ଜଣେ ନାତି ଜୀବନ ପାଇଥିବା ବେଳେ ଅନ୍ୟ ଏକ ନାତି ଙ୍କ ପ୍ରାଣ ଚାଲିଯିବା ଘଟଣା ଅଂଚଳ ରେ ସମସ୍ତ ଙ୍କୁ ସ୍ତବ୍ଧ କରିଦେଇଛି l
What's Your Reaction?






