ଜାମଝୋର ସରକାରୀ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସରକାରୀ ନିୟମକୁ ଫୁ କରି ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲେନି ପ୍ରଧାନ ଶିକ୍ଷକ

Sep 1, 2024 - 13:52
 0  23
ଜାମଝୋର ସରକାରୀ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସରକାରୀ ନିୟମକୁ ଫୁ କରି ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲେନି ପ୍ରଧାନ ଶିକ୍ଷକ

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା କୋଟଗଡ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାମଝୋର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ରେ ଅନିୟମିତତା ଅଭିଯୋଗ | ଉକ୍ତ ବିଦ୍ୟାଳୟରେ ସରକାରୀ ତଥ୍ୟ ଅନୁଯାଇ ୧୪୫ ଜଣ ବିଦ୍ୟାର୍ଥୀ ପଞ୍ଜିକୃତ |ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୭ ଜଣ ଶିକ୍ଷକ |ଏହି ବିଦ୍ୟାଳୟ ଗତବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିଲା |ପୂର୍ଵ ସରକାରଙ୍କ ନିଷ୍ପତିକ୍ରମେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସ୍ୱୟଂ ସହାୟିକା ଉପରେ ନ୍ୟସ୍ତ ହୋଇଛି |ସେହି କ୍ରମରେ ଜାମଝୋର ଉଚ୍ଚପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଛନ୍ତି ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ | ହେଲେ ସରକାରୀ ନିୟମ ପ୍ରକାରେ ସପ୍ତାହରେ ଦୁଇ ଦିନ ଗୁରୁବାର ଓ ଶନିବାର ବିଦ୍ୟାର୍ଥୀଙ୍କୁ ଗୋଟିଏ ଲେଖାଏଁ ପୁଷ୍ଟିକର ଅଣ୍ଡା ତରକାରୀ ସାଙ୍ଗକୁ ଭାତ ଦେବା ପାଇଁ ପ୍ରବଧାନ ଅଛି |ଏ ନେଇ ବିଦ୍ୟାଳୟ କାନ୍ଥରେ ମଧ୍ୟ ବଡ଼ ବଡ଼ ଅକ୍ଷର ରେ ସୂଚନା ରହିଥିବା ବେଳେ ଶନିବାର ପ୍ରଧାନ ଶିକ୍ଷକ ସୁବର୍ଣ୍ଣକେଶରୀ ନାୟକ ପିଲାଙ୍କୁ ଅଣ୍ଡା ନ ଦେଇ ତରକାରୀ ଦେବାକୁ ନିର୍ଦେଶ ଦେଇଥିବା ରନ୍ଧାଖାଦ୍ୟ ପ୍ରସ୍ତୁତକାରି ପାଚକ ମାନେ କହିଛନ୍ତି |ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଵାର୍ଡ ଫ୍ଲୁ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତାଙ୍କ ଦାୟିତ୍ୱ ତେଣୁ ଶନିବାର ଅଣ୍ଡା ବନ୍ଦ କରାଯାଇଛି  | ତେବେ ଜାମଜୋର ୟୁପି ସ୍କୁଲ ର ମୁଖ୍ୟ ଫାଟକ ନିକଟରେ କୁଢ଼ କୁଢ଼ ଅଳିଆ ଆବର୍ଜନା, ଶୌଚାଳୟ କବାଟ ଭାଙ୍ଗି ପଡିଛି ଏହା ସହ ସ୍କୁଲ ର ଶିକ୍ଷାଦାନ କକ୍ଷରେ ଅପରିଷ୍କାର ଭାବେ ପିଲାମାନେ ରନ୍ଧା ଖାଦ୍ୟ ଖାଉଛନ୍ତି, ଏହା କି ପ୍ରକାର ପିଲାଙ୍କ ସ୍ୱାସ୍ଥ୍ୟପ୍ରତି ପ୍ରଧାନଶିକ୍ଷକଙ୍କ ଯତ୍ନ ତାହା ଅନୁମେୟ | ଅନ୍ୟପଟେ ସରକାରଙ୍କ ନିୟମକୁ ଉଲଂଘନ କରି ବାରମ୍ବାର କରି ପିଲାଙ୍କ ଅଣ୍ଡା ବନ୍ଦ  କରାଯାଉଥିବା ଅଭିଯୋଗ ହେଉଛି | କୋଟଗଡ ବିଈଓ କାର୍ଯ୍ୟାଳୟ ରେ ବିଈଓ ପବିତ୍ର ଗଡ଼ତିଆ ଅନୁପସ୍ଥିତ କାରଣ ରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ପାରିନି |

What's Your Reaction?

like

dislike

love

funny

angry

sad

wow