ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସଭା ଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ରୀନା ପ୍ରଧାନ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମ୍ପର୍କିତ ୬୫ ଟି ଅଭିଯୋଗ ଶୁଣି ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଗାନ୍ଧ୍ରିଗାଁ ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ୧୫ ମିନିଟ ଭିତରେ ତହସିଲଦାର ଆୟ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଥିଲା। ସାରଙ୍ଗଡ କଲୋନୀ ସାହିର ସୁଧିର ନାୟକଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଶିବିରରେ ୪୬ ଟି ବ୍ୟକ୍ତିଗତ ଓ ୧୯ ଗୋଷ୍ଠୀଗତ ସମସ୍ୟା ସମ୍ବଳିତ ଅଭିଯୋଗ ଆସିଥିଲା। କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ ବି.ସି , ଅତିରିକ୍ତ ଜିଲ୍ଲାପରିଷଦ ଉନ୍ନୟନ ନିର୍ଭାଇ ଅଧିକାରୀ ନରେନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମାକାନ୍ତ ମିଶ୍ର ଙ୍କ ସମେତ ଜିଲ୍ଲା ପଦାଧିକାରୀ ଯୋଗ ଦେଇଥିଲେ।
What's Your Reaction?






