ସମସ୍ୟାର ସମାଧାନ ନେଇ ଅନିର୍ଦ୍ଦିଷ୍ଟ କାଳ ଧାରଣା ରେଗୁରୂମା

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ଗୁରୁମା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ସୋମବାର ଶିଶୁମନ୍ଦିର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁସାରେ, ଗୁରୁମା ସବିତା ଦାସ ଉକ୍ତ ଶିଶୁ ମନ୍ଦିରରେ ଦୀର୍ଘ ୧୮ବର୍ଷ ହେଲା ସୁଚାରୁ ରୂପେ ଶିକ୍ଷାଦାନ କରି ଆସୁଥିଲେ । ହେଲେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସଂପୃକ୍ତ ଗୁରୁମାଙ୍କୁ ଗତ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ଶିକ୍ଷାଦାନ କରୁଥିବା ସମୟରେ ବାହାର କରି ଦେଇଥିଲେ । ଗୂରୁମା କାରଣ ପଚାରିବାରୁ ନିଜର ସହ ପରିବାରର ଅସୁସ୍ଥତା ନେଇ ଗୁରୁମା ଅନିୟମିତ ଭାବରେ ୪୫ ଦିନ ଛୁଟି ନେଇ ଥିବାରୁ ତାଙ୍କୁ ବାହାର କରିଥିବା ପ୍ରଧାନ ଆଚାର୍ଯ୍ୟ କହିଥିଲେ ।ହେଲେ ପରବର୍ତ୍ତୀ ସମୟରେ ପ୍ରଧାନ ଆଚାର୍ଯ୍ୟ ନିଜର ପୁଅର ଅସୁସ୍ଥତା ପାଇଁ ୧୫୦ ଦିନରୁ ଅଧିକ ସମୟ ଛୁଟି ନେଇଥିବା ବେଳେ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ମୋର ପ୍ରତି ଅବିଚାର କାହିଁକି ବୋଲି ଗୁରୁମା ଓଲଟା ପ୍ରଶ୍ନ କରିଛନ୍ତି ।ତାଙ୍କ ପ୍ରତି ଏଭଳି ଅବିଚାର କରିଥିବା ନେଇ ଗୁରୁମା ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସମ୍ଭୋଗ କାର୍ଯ୍ୟାଳୟ ବଲାଙ୍ଗିର ସହ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କୁ ପୁନଃ ଯୋଗଦାନ କରିବା ପାଇଁ ଅଭିଭାବକ ବୈଠକରେ ନିଷ୍ପତ୍ତି ନିଆ ଯାଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ ।ହେଲେ ଇତି ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇ ନାହିଁ ।ଯଦି ମୁଁ ଛୁଟି ନେଇ ଭୁଲ ହୋଇଛି ତେବେ ପ୍ରଧାନ ଆଚାର୍ଯ୍ୟଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଓଲଟା ପ୍ରଶ୍ନ କରିଥିବା ବେଳେ ଏହା ପ୍ରଧାନ ଆଚାର୍ଯ୍ୟ ବ୍ୟକ୍ତିଗତ ଆକ୍ରୋଶ ରଖି ଏଭଳି ପଦକ୍ଷେପ ନେଇଥିବା ଗରୁମା କହିଛନ୍ତି । ଅନ୍ୟପଟେ ତାଙ୍କୁ ବାଲିଗୁଡାକୁ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ସ୍ଥାନାନ୍ତର କରା ଯାଇ ନାହିଁ ।ଗୁରୁମାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାର, ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରତିବାଦ କରି ସୋମବାର କଣ୍ଟାମାଳ ଶିଶୁ ମନ୍ଦିର ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।ନିଜର ଅଧିକାର ଫେରି ପାଇବା ସହ ହୋଇଥିବା ଅନ୍ୟାୟ, ଅତ୍ୟାଚାରର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗୁରୁମା କହିଛନ୍ତି ।ସମସ୍ୟା ସମ୍ପର୍କରେ ପ୍ରଧାନ ଆଚାର୍ଯ୍ୟ ଭଗବାନ ମନହିରାଙ୍କୁ ପଚାରିବାରୁ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଉକ୍ତ ଗୁରୁମାଙ୍କୁ ନିଯୁକ୍ତି କିମ୍ବା ସ୍ଥାନାନ୍ତର କରିବା ଦକ୍ଷିଣ ପଶ୍ଚିମ ସମ୍ଭୋଗ କାର୍ଯ୍ୟାଳୟର ଦାୟିତ୍ଵ ବୋଲି କହିଥିଲେ ।
What's Your Reaction?






