ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

Nov 25, 2024 - 17:40
 0  69
ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୋନ -ଇ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ ଖୋ ଖୋ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି |ସକାଳୁ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁରେଶ କୁମାର ପଣ୍ଡା ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି |ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ |ପରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣା ଓ ବିକାଶ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ମଧ୍ୟରେଖେଳ ହୋଇଥିଲା |ଏଥିରେ ଭବାନୀପାଟଣା 17-07 ରେ ବିଜୟୀ ହୋଇଥିଲା |ବିଦ୍ୟାଳୟ ର ଖେଳ ଅଧ୍ୟାପକ ନାରାୟଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖେଳ ଗୁଡିକ ପରିଚାଳନା ହୋଇଥିଲା |

What's Your Reaction?

like

dislike

love

funny

angry

sad

wow