ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠିକ କମିଟି । ଯାହାକୁ ସମର୍ଥନ କରୁଛି ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ବଙ୍ଗାଳୀ ସମାଜ SC/ST ସଂଘ ଓ ସମସ୍ତ ରାଜନୈତିକ ଦଳ ।

ମାଲକାନଗିରି:ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲାରେ ବନ୍ଦ ଡାକରା ଯୋଗୁଁ ଯାନ ବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାବେଳେ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ଛକରେ ଲୋକେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବେଳେ ଆରମ୍ଭ ହୋଇଥିଲା ବିବାଦ। ବୁଟିଗୁଡ଼ା ବିଦ୍ୟାଳୟ ଠାରେ ଶିକ୍ଷକ ନିଯୁକ୍ତିର ଚୁକ୍ତିନାମା ସାକ୍ଷର ବେଳେ ଏହାକୁ ବିରୋଧ କରିଥିଲେ ଜିଲ୍ଲାବାସୀ । ଏପରିକି ବିରୋଧ କରିବା ସହିତ ନିଯୁକ୍ତି ଦାବିନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ନୂଆ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଯୁବକଯୁବତୀ ମାନଙ୍କୁ ବିରୋଧ କରିବା ସହ ଗେଟ ଭିତରକୁ ପଶେଇ ଦେଇନଥିଲେ ମାଲକାନଗିରି ଲୋକେ । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଥିଲେ ମଧ୍ୟ ସରକାର ଧ୍ୟାନ ଦେଉନଥିବା ମାଲକାନଗିରି ବାସୀ ଅଭିଯୋଗ କରିଛନ୍ତି । ସରକାର ଜିଲ୍ଲା ଭିତ୍ତିକ ନିଯୁକ୍ତି ନଦେବାରୁ ବାହାର ଜିଲ୍ଲାରୁ ପିଲାଏ ଏଠାରେ ଆସୁଛନ୍ତି । ପରେ ଶିକ୍ଷକ ନିଯୁକ୍ତି ପାଇବାର କିଛି ବର୍ଷ ରହିବା ପରେ ପୁଣି ସେମାନେ ଏଠାରୁ ଟ୍ରାନ୍ସଫର ନେଇ ନିଜ ଜିଲ୍ଲାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ଚାକିରି ନପାଇ ମାଲକାନଗିରି ଜିଲ୍ଲା ପିଲା ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
What's Your Reaction?






