ନୂଆପଡା ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଓ ଓଡିଶା ଦ୍ଵିତୀୟ ତମାଖୁ ମୁକ୍ତ ଯୁବ ଅଭିଯାନ ଆରମ୍ଭ l

Oct 4, 2024 - 22:05
 0  28
ନୂଆପଡା ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଓ ଓଡିଶା ଦ୍ଵିତୀୟ ତମାଖୁ ମୁକ୍ତ ଯୁବ ଅଭିଯାନ ଆରମ୍ଭ l

କଳାହାଣ୍ଡି: ଲୋକ ଆବାଜ୍. ଇନ୍ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ନୂଆପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ସଭାପତି ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଶ୍ରୀମତୀ ଡଲି ମାଝିଙ୍କ ସଭାପତିତ୍ୱ ଷଡମାସିକ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା l କମିଟିର ଉପାଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଳା ପରିଷଦ ଏପିଡି ଯୋଗେଶ୍ୱର ଭୋଇ, ଆବାହକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଧରଣୀଧର ସେନାପତି ଏଥିରେ ଯୋଗ ଦେଇଥିଲେ l ଡ଼ଃ ଲଳିତ ମୋହନ ବିଶି, ଡ଼ଃ ଉମାକାନ୍ତ ମେହେର, ଡ଼ଃ ଗୁରୁପ୍ରସାଦ ଜେନା ଅତିଥି ସଭ୍ୟ ହିସାବରେ ଯୋଗଦେଇଥିଲେ l ଡିପିଏମଓ ଦିଲ୍ଲୀପ କୁମାର ଦୁବେ ସଭା ପରିଚାଳନା କରି ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବିଗତ ବର୍ଷର ଆୟବ୍ୟୟ ର ହିସାବ ରଖିଥିଲେ l ସେ କହିଲେ ଯେ ଜିଲ୍ଲାରେ ଏଲୋପାଥିକ ଡାକ୍ତର ସଂଖ୍ୟା ୩୦୯ ଥିବାବେଳେ ୧୨୭ ଜଣ ମାତ୍ର କାର୍ଯ୍ୟରତ ଅଛନ୍ତି l ସେହିପରି ଆୟୁଷ ବିଭାଗରେ ୪୫ ପଦରୁ ୦୫ଟି ପଦ ଖାଲି ଏବଂ ୩୬୨ଟି ନର୍ସରୁ ୧୧୯ଟି ପଦ ଖାଲି ରହିଛି l ଏହି ଅବସରରେ ଆସନ୍ତା ବର୍ଷର ବଜେଟ ଅନୁମୋଦନ କରାଯାଇଥିଲା l

ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ କି ସୀମିତ ସମ୍ବଳ ତଥା ଲୋକଶକ୍ତି ସତ୍ତ୍ୱେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଚେଷ୍ଟାକରୁ, ଅଙ୍ଗନବାଡି ଏବଂ ଆଶାକର୍ମୀ ମାନଙ୍କ ସହାୟତାରେ ବୃଦ୍ଧ ବୃଦ୍ଧା ମାନଙ୍କ ବିଶେଷ ଯତ୍ନ ନିଆଯାଉ l ଏହାପରେ ଜିଲ୍ଲାପାଳ ଓଡିଶା ଦ୍ଵିତୀୟ ତମାଖୁ ମୁକ୍ତ ଯୁବ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରି ସମସ୍ତଙ୍କୁ ତମାଖୁ ମୁକ୍ତ ଅଭିଯାନରେ ସାମିଲ ହେବା ପାଇଁ ଶପଥ ପାଠ କରାଇଥିଲେ l ସମଗ୍ର ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇ ଏଥିପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ lଆଜିର ବୈଠକରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ,ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଯୋଗଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow