ପିପିଲିପାଲି ଠାରୁ ବାଘମୁଣ୍ଡା ନୂତନ ରାସ୍ତା ନିର୍ମାଣ କରାଯିବାକୁ ସାଧାରଣରେ ଦାବି

Sep 2, 2024 - 08:36
 0  25
ପିପିଲିପାଲି ଠାରୁ ବାଘମୁଣ୍ଡା ନୂତନ ରାସ୍ତା ନିର୍ମାଣ କରାଯିବାକୁ ସାଧାରଣରେ ଦାବି


କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍ ( ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା ଗ୍ରାମପଂଚାୟତ ଅନ୍ତର୍ଗତ ପିପିଲିପାଲି ଗ୍ରାମରୁ ବାଘମୁଣ୍ଡା ଗ୍ରାମକୁ ଏକ କିଲୋମିଟର ହେବ ନୂତନ ରାସ୍ତା ନିର୍ମାଣ କରାଯିବାକୁ ସାଧାରଣ ରେ ଦାବିହେଉଛି l ଉକ୍ତ ରାସ୍ତା ଟି ହେଲେ  ପଳସାଗୋରା, ଓ ଖଟ ଖଟିଆ ପଂଚାୟତ ର ପିପିଲିପାଲି, ପଧାନପାଲି, ଫଟାମୁଣ୍ଡା, ନାଗପାଲି, ଷlଣ୍ଢପାଲି, ପାଇକବାହାଲ, ବ୍ରାହ୍ମଣୀ, ମସକୁଳା, ଗ୍ରାମ ର ଜନସାଧାରଣ ଯିବା ଆସିବାରେ ସୁବିଧା ପାଇପାରିବେ l ଏହି ରାସ୍ତା ପାଇଁ ପୂର୍ବରୁ ବାରମ୍ବାର ପ୍ରଶାସନ, ରାଜନୈତିକ ବ୍ୟକ୍ତି, ପଂଚାୟତ, ବ୍ଲକ କୁ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଅବସର ପ୍ରାପ୍ତ ଶିକ୍ଷକ ସଦାନନ୍ଦ ପ୍ରଧାନ କହିଛନ୍ତି l ଏହି ରାସ୍ତା ନ ହେବା ଦ୍ୱାରା ଏହି ଅଂଚଳର ଜନସାଧାରଣ, ପାଞ୍ଚ କିଲୋମିଟର ପରା ରାସ୍ତା ଦେଇ ପଳସାଗୋରା ବଜାର, କଣ୍ଟାମାଳ ବ୍ଲକ କାର୍ଯାଳୟ,ସୋନପୁର, କଣ୍ଟାମାଳ,ଡାକ୍ତରଖାନl ଯାଇଥାନ୍ତି l ଛାତ୍ର ଛାତ୍ରୀ ମାନେପଳସାଗୋରା ହାଇସ୍କୁଲ,ପଂଚାୟତ ମହାବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି l ଏହିନୂତନ ରାସ୍ତାକୁ ପଂଚାୟତ କିମ୍ବା ବ୍ଲକ ତରଫ ରୁ ଖୁବ୍ ଶିଘ୍ର ନିର୍ମାଣ କରାଯିବାକୁ ଅଞ୍ଚଳବାସି  ଦାବୀ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow