ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଦ୍ଵାରା ତାଲିମ ଶିବିର

Jan 8, 2026 - 19:49
 0  24
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଦ୍ଵାରା ତାଲିମ ଶିବିର

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକ ସଭା ଗୃହରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ମାଧ୍ୟମରେ ଡିଲେଶ୍ୱର ଧରୁଆ ଉପ ନିର୍ଦ୍ଦେଶକ ଡି ପି ଏମ ୟୁ ନୂଆପଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

ଶିବିରରେ ସଞ୍ଜୟ କୁମାର ଦୀପ ସହକାରୀ ନିର୍ଦ୍ଦେଶକ ଡି ପି ଏମ ୟୁ ଝରସୁଗୁଡ଼ା,ଜି ପି ଡି ଓ ଦେବୀ ଚରଣ ମେହେର, ସ୍ଵାଧୀନ କେତନ ମହାରଣା ଇ ଓ ଏନ ଏ ସି, କାହ୍ନୁ ଚରଣ ନାଏକ ବି ଇ ଓ,ରମାକାନ୍ତ ବେହେରା ବି ଏଫ୍ ଓ ପ୍ରମୁଖ ମଞ୍ଚାଷିନ ଥିଲେ । ବିଶେଷ କରି ଅତୀତ ଓ ବର୍ତ୍ତମାନକୁ ଆଖି ସାମ୍ନାରେ ରଖି ଆଗାମୀ ପିଢ଼ି ପାଇଁ ଆମର କର୍ତ୍ତବ୍ୟ କ'ଣ ହେବା ଆବଶ୍ୟକ ତଥା ଭବିଷ୍ୟତକୁ କେମିତି ସ୍ୱଚ୍ଛ କରାଯାଇପାରିବ ସେହି ପରିପ୍ରେକ୍ଷୀରେ ୧୭ ଟି ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ ତାଲିମ ପ୍ରଦାନ କରିଥିଲେ। ସରପଞ୍ଚ ସନ୍ତୋଷ କୁମାର ମିଶ୍ର ନିଜ ଅଭିଜ୍ଞତା ଅନୁଯାୟୀ ବିକାଶ ପାଇଁ ଥିବା ଆବଶ୍ୟକତାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରତ୍ୟେକ ଯୋଜନା ପାଇଁ ଯଥେଷ୍ଟ ପରିମାଣର ଅର୍ଥ ସରକାର ଯୋଗାଇଲେ ବିକାଶ ଆଗକୁ ବଢିବ ବୋଲି ମତବ୍ୟକ୍ତ କରିଥିଲେ । ଖରୀଆର ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ ।ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗରୁ ଏସ ଇ ରଶ୍ମି ଠାକୁର,ଫାଇନାନ୍ସ ଏକ୍ସପର୍ଟ ଜଗତ ମୋହନ ସାହୁ ଏବଂ ଏସ ଆର୍ ଏ ଧବଳେଶ୍ଵର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow