ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ ସ୍ଥାନୀୟ କଳାକାର ଙ୍କ ନାଚରେ ଦୁଲୁକିଲା ମଞ୍ଚ
କର୍ଲାମୁଣ୍ଡା:୮/୧ ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ୨୮ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଘୁମୁରା ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚ ରେ ପହଞ୍ଚିଥିଲା।ମଞ୍ଚ ରେ ମଶାଲ ପହଂଚିବା ପରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ବିଡ଼ିଓ ସୁଚରିତା ମୁଗ୍ରୀ, ଜିଲ୍ଲା ପରିଷଦ କ ଯୋନ ସଭ୍ୟ ମହେନ୍ଦ୍ର ରଣା, ଖ ଯୋନ ସଭ୍ୟ ସୁରେଶ ଚୌଧୁରୀ, ତହସିଲଦାର ଅରୁଣ ବର୍ଗେ, ସିଡିପିଓ କଳ୍ପଳତା ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ। ଉଦଘାଟନୀ ସଭା ରେ ଖବରଦାତା ପ୍ରଦୀପ କୁମାର ସାହୁ ଓ ନବୀନ କିଶୋର ସାହୁ ସଂଯୋଜନା କରିଥିଲେ।
ସେହିପରି ଦ୍ୱତୀୟ ସଭା ରେ ଅତିଥି ଭାବେ ବିଧାୟକ ପ୍ରତିନିଧି କାନହୁ ଚରଣ ସାହୁ,ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ, ଭାରପ୍ରାପ୍ତ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ମାଝୀ, ସେକ୍ସନ ଅଫିସର ଶିବା ନନ୍ଦ ପତ୍ର,ଫାଣ୍ଡି ଅଧିକାରୀ ଥବିର ବରିହା,ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଅତିଥି ଭାବେ ଯୋଗ ଦେଇ ବ୍ଲକ ର ୨୯ ଜଣ ଡାକ୍ତରୀ ଛାତ୍ର ଛାତ୍ରୀ ତଥା ଡାକ୍ତରୀ ପାଠ ପଢି ସାରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିଥିଲେ।ସନ୍ଧ୍ୟାରେ ପୁରସ୍କାର ବିତରଣ ସମାରୋହରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କ ଅଧ୍ୟକ୍ଷତାରେ , ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡକ୍ଟର ପରମେଶ୍ବର ମୁଣ୍ଡ,ସମ୍ମାନିତ ଅତିଥି ଭାବେ ଉତ୍ସବ କମିଟି ର ସମ୍ପାଦକ ତଥା ବିଡିଓ ସୁଚରିତା ମୁଗ୍ରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ , କର୍ଲମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ,ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କମ୍ପ ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଉତ୍ସବ ର ଉଦେଶ୍ୟ ତଥା ଲୋକ କଳା ର ସୁରକ୍ଷା ଓ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ ର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ,ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ର ଙ୍କୁ ପୁରସ୍କାର ପ୍ରଦାନକରାଯାଇଥିଲା।
ସେହିପରି ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର , ଯୁକ୍ତ ଦୁଇ ପରୀକ୍ଷା ରେ ବ୍ଲକ ଟପର ଓ ଯୁକ୍ତ ତିନି ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଛାତ୍ରୀ ଛାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ମହୋତ୍ସବ ରେ କୃଷିବିଭାଗ, ଉଦ୍ୟାନବିଭାଗ,ଅଗ୍ନିଶମବିଭାଗ,ଆଇସିଡିଏସବିଭାଗ,କୃଷିଉତ୍ପାଦକଦଳ,ଆଇ.ଜି.ଏସ.ଏସ.ଏସ ଏନଜିଓ,ଜୟ ଥୁଆମୁଲ କୃଷି ଉତ୍ପାଦକ କମ୍ପାନୀ,ପ୍ରାଣୀ ଚିକିତ୍ସା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା ।ବିଳମ୍ବିତ ରାତି ଯାଏଁ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା।ସଭା କାର୍ଯ୍ୟ ରେ ସାମ୍ବାଦିକ ନରୋତ୍ତମ ସେଲମା ଓ କୁଞ୍ଜ ସାହୁ ସଂଯୋଜନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ମଧୁସୂଦନ ବାଗ ,ପ୍ରଶାନ୍ତ କୁମାର ଦାସ ଓ ବର୍ଷା ପ୍ରିୟ ଦର୍ଶନୀ ସାହୁ,ଭାଗିରଥି ଷଡ଼ଙ୍ଗୀ,ପ୍ରଦୀପ କୁମାର ସାହୁ, ପରିଚାଳନା କରିଥିଲେ।ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଉଜ୍ଜ୍ୱଳ କୁମାର ସାହୁ,ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର , ସେକ୍ସନ ଅଫିସର ଶିବନନ୍ଦ ପାତ୍ର ,ପ୍ରଦୀପ କୁମାର ମାଝୀ , ଗୋପବନ୍ଧୁ ସାହୁ, ବିଧାୟକ ପ୍ରତିନିଧି କାନହୁ ଚରଣ ସାହୁ,ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ, ହିରୋଜ ସାହୁ,ଗଣେଶ କୁମାର,ଓଡିଶା ଜୀବନ ଜୀବିକା ମିଶନ ବିପିଏମ୍ ସରୋଜିନୀ ପ୍ରଧାନ, ସିଆରପି,ଏମବିକେ , ପିଇଓ, ଏଡିଇଓ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।
What's Your Reaction?