ଜିଲ୍ଲା ସ୍ତରୀୟ ଫେଡେରେସନ କର୍ମୀ ସଂଘ ପକ୍ଷ ରୁ ଦରମା ବନ୍ଦ କୁ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l

କଳାହାଣ୍ଡି : ଲୋକ ଆବାଜ୍.ଇନ୍ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )
କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟରତ ଏମବିକେ, ସି ଆର୍ ପି,ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର କୃଷିମିତ୍ର ଓ ଏଲ୍ ଏସ ପି ଙ୍କୁ ଗତ ଛଅ ମାସ ହେଲା ଦରମା ମିଳି ନ ଥିବା ଅଭିଯୋଗ ସାମନା କୁ ଆସିଛି, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ତେଣୁ ସେମାନେ ଗତ ବୁଧବାର ଦିନ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗୁରୁବାର ଭବାନୀପାଟଣା ବସଷ୍ଟାଣ୍ଡ ଠାରୁ ହଜାର ହଜାର ସଂଖ୍ୟାରେ ମିଶନଶକ୍ତିର ମହିଳାକର୍ମୀ ମାନେ ଏକ ରାଲି କରି ଜିଲ୍ଲାପାଳଙ୍କ ଅଫିସ କୁ ଯାଇ ଦାବୀ ପତ୍ର ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ଗତ ଛଅ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ଯ ଦରମା ପାଉ ନ ଥିବା ରୁ ସେମାନଙ୍କ ପରିବାର ଚଳିବା ନିମନ୍ତେ କଷ୍ଟକର ହୋଇ ପଡ଼ିଛି।ଏହାର ସମlଧାନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
What's Your Reaction?






