ବାଲିଗୁଡ଼ା ଏନ୍ ଏ ସି ର ନୂଆସାହି ରେ ନାହିଁ ଶବ ଦାହ ଗୃହ ....ବାଲିଗୁଡା ବିଧାୟକ ଙ୍କ ପ୍ରତିଶ୍ରୁତି ପାଣିର ଗାର....ସାହିବାସିନ୍ଦା ଙ୍କ ଅସନ୍ତୋଷ l

Oct 31, 2024 - 22:42
 0  32
ବାଲିଗୁଡ଼ା ଏନ୍ ଏ ସି ର  ନୂଆସାହି ରେ ନାହିଁ ଶବ ଦାହ ଗୃହ ....ବାଲିଗୁଡା ବିଧାୟକ ଙ୍କ ପ୍ରତିଶ୍ରୁତି ପାଣିର ଗାର....ସାହିବାସିନ୍ଦା ଙ୍କ ଅସନ୍ତୋଷ l

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ସଦର ବାଲିଗୁଡା ଏନ ଏ ସି ଅନ୍ତର୍ଗତ  ସର୍ବ ପୁରାତନ ଜନବହୁଳ ଅଞ୍ଚଳ ୫,୬,୭ ନମ୍ବର ୱାର୍ଡ ରେ ମଶାଣି ଜମି ଚିହ୍ନଟ ଓ ଶବ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ  ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ଜମି ମାଫିଆ ଙ୍କର ଲୋଲୁପ ଦୃଷ୍ଟି ଯୋଗୁଁ ଧିରେ ଧିରେ ମଶାଣି ଭାବେ ବ୍ୟବହାର କରୁଥିବା ଜମି ସଙ୍କୁଚିତ ହେବାକୁ ବସିଲାଣି । ଜମି ମାଫିଆ ମାନେ ସ୍ମଶାନ ଜମି କୁ ମଧ୍ୟ ଅକ୍ତିଆର କରି ବିକ୍ରିକରି ଦେବାକୁ ଭୟ କରୁନାହାନ୍ତି। ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ଜମି ମାଫିଆ ଙ୍କର ମଧୁ ଚନ୍ଦ୍ରିକା ରେ ବାଲିଗୁଡା ରେ ସରକାରୀ ଜମି ବିକ୍ରି ଚାଲିଛି।  ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନି l

ତିନି ୱାର୍ଡ ବାସିନ୍ଦା ମଶାଣି ଭାବେ ବ୍ୟବହାର କରୁଥିବା ଜମି ଚିହ୍ନଟ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ  ଅହେତୁକ ବିଳମ୍ବ ଯୋଗୁଁ ମାଫିଆ ମାନେ ସରକାରୀ ଗୁଡିକ ବିକ୍ରି କରି ମାଲେମାଲ ହେଉଥିବା ନଜିର ରହିଛି।  ମଶାଣି ରେ ଶବ ଗୃହ ଆଲୋକ ପାଣି ବ୍ୟବସ୍ଥା ନଥିବାରୁ ତିନି ପ୍ରମୁଖ ୱାର୍ଡବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି l ବର୍ଷା ଦିନ ମଶାଣି ରେ ଶବ ରେ ଲାଗିଥିବା ଜୁଇ ମଧ୍ୟ ଲିଭି ଯାଇଥିବା ଅଭିଯୋଗ ହେଉଛି l ପରିତାପ ର ବିଷୟ ଯେ ଏନ୍ ଏ ସି ଗଠନ ର ଦୁଇ ଯୋଜନା ଅଧକ୍ଷ ଭାବେ ନୂଆସାହି ରୁ ପ୍ରତିନିଧିତ୍ଵ କରିଛନ୍ତି କିନ୍ତୁ ଆନ୍ତରିକତା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ l ସୂଚନାଯୋଗ୍ୟ ଚାରିବର୍ଷ ତଳେ ୧୪୭  ବାଟାଲିୟନ ରେ କାର୍ଯ୍ୟରତ ବି ଏସ ଏଫ୍ ଯବାନ ସହୀଦ ଦିନେଶ ପାତ୍ର ଙ୍କ  ଶେଷକୃତ୍ୟ ସମ୍ପନ୍ନ ବେଳେ ତତ୍କାଳୀନ ଉପ ଜିଲ୍ଲାପାଳ ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ମଶାଣି ଜମି ଚିହ୍ନଟ, ଶବ ଗୃହ, ଆଲୋକ ପାଣି ବ୍ୟବସ୍ଥା, ପାଚେରୀ ନିର୍ମାଣ କରିବାକୁ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ କିନ୍ତୁ ମାନ୍ୟବର ବିଧାୟକ ଅଦ୍ୟାବଧି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଫଳରେ ଲୋକେ ହିନସ୍ତା ଭୋଗୁଥିବା ଦେଖିବାକୁ ମିଳିଛି l

 ବିଧାୟକ ମହୋଦୟ ଙ୍କର ଇଚ୍ଛା ଶକ୍ତି ର ଅଭାବଯୋଗୁଁ ନୂଆସାହି ରେ ମଶାଣୀ ଜମି ଚି଼ହ୍ନଟ, ଶବ ଦାହ ଗୃହ, ପାଣି ଆଲୋକ ବ୍ୟବସ୍ଥା ନ ଥିବା ଅସନ୍ତୋଷ ପ୍ରକାଶ ପାଇଛି ଏନେଇ ଜ଼ିଲ୍ଲା ନାଗରିକ କମିଟି ର ବାଲିଗୁଡା ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ବାଲିଗୁଡା ଏନ. ଏ. ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଅତିଶୀଘ୍ର ମଶାଣୀ ଗୃହ, ପାଚେରୀ ଆଲୋକ ପାଣି ବ୍ୟବସ୍ଥା ପାଇଁ ଦାବୀ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow