ଜିଲ୍ଲା ସ୍ତରୀୟ ବିଶ୍ଵ ଆୟୋଡ଼ିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ପାଳିତ

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସୁବର୍ଣ୍ଣପୁର ଠାରେ ବିଶ୍ଵ ଆୟୋଡିନ ଅଭାବ ଜନିତ ବ୍ୟାଧି ନିରାକରଣ ଦିବସ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଦୈତ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦ।ବର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡ଼ାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଅଧ୍ୟକ୍ଷ ନଳିନୀପ୍ରଭା ପ୍ରଧାନ ଓ ଅଧ୍ୟାପକ ମଧୁସୂଦନ ପୂଝାରୀ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଆୟୋଡ଼ିଣ ଅଭାବ ଜନିତ ବ୍ୟାଧି ନିରାକରଣ ପାଇଁ ସଚେତନତା ସୃଷ୍ଟି କରି ସମସ୍ତେ ହସିଲା ସୂର୍ଯ୍ୟ ଚିହ୍ନ ଥିବା ଆୟୋଡିଣ ଯୁକ୍ତ ଲୁଣ ଉପଯୁକ୍ତ ପରିମାଣ ରେ ବ୍ୟବହାର କରନ୍ତୁ ଯାହାକି ଗର୍ଭ ଅବସ୍ଥା ରେ ଶିଶୁ ର ମାନସିକ ଓ ଶାରୀରିକ ଅଭିବୃଦ୍ଧି ହୋଇଥାଏ ତେଣୁ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l
ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରି ଏ ବର୍ଷ ର ଥିମ୍ ହେଲା "A daily dose of Iodine keeps you fit and fine" ବିଷୟ ରେ ଆଲୋଚନା କରି ଆମ ପାଇଁ ଆୟୋଡିନ ଏକ ଅତ୍ୟନ୍ତ ଆବଶ୍ୟକୀୟ ଅଣୁ ପୋଷକ ତତ୍ଵ ଯାହା ସ୍ଵାଭାବିକ ଅଭିବୃଦ୍ଧି ଓ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ । ଉକ୍ତ ସଭାରେ ବିଦ୍ୟାଳୟ ର ଛାତ୍ରୀ ବୃନ୍ଦ ,ସମସ୍ତ କର୍ମଚାରୀ , ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ।ଶେଷରେ ପ୍ରମୋଦ କୁମାର ସାହୁ ସ୍ବାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






