ଜେ.ବି.ୱାଇ.ସି ପକ୍ଷରୁ ଗହ୍ମାଡିଆଁ ଉତ୍ସବ ପାଳିତ।

Aug 21, 2024 - 08:01
 0  33
ଜେ.ବି.ୱାଇ.ସି ପକ୍ଷରୁ ଗହ୍ମାଡିଆଁ ଉତ୍ସବ ପାଳିତ।

ରିଷିଡା (ଲୋକ ଆବାଜ. ଇନ ) :

କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ଜ୍ୟୋତିବିକାଶ ଯୁବକ ସଂଘ ପକ୍ଷରୁ ଗହ୍ମାଡିଆଁ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଯୁବ ଉଦ୍ୟୋଗପତି ସୁନୀଳ କୁମାର କେଡିଆ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ସଭାପତି ଫକୀର ଚରଣ ସାହୁ ଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଗହ୍ମାଡିଆଁ ବରିଷ୍ଠ ବିଭାଗରେ ଦିପକ ରଣା ପ୍ରଥମ, କାହ୍ନା ରଣା ଦ୍ୱିତୀୟ ଓ ଡିଟୁ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ରାହୁଲ ପୁଟେଲ ପ୍ରଥମ, ଗିରିଶଚନ୍ଦ୍ର କୁମୁରା ଦ୍ୱିତୀୟ, ପଋଥିରାଜ ରଣା ଓ ପିୟୁଷ ସେଲମା ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ପୁଚିଖେଳରେ ନନ୍ଦିନୀ ରଣା ପ୍ରଥମ, ସ୍ନେହା ରଣା ଦ୍ୱିତୀୟ ଓ ନେହା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ଧପୁଟଳୀର ତେଜରାମ କୁମାର ପ୍ରଥମ, ଶୁଭମ ଅଗ୍ରୱାଲ ଦ୍ୱିତୀୟ ଓ ସୁଜିତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗୀତା ଗୁଡିକୁ ସଂଘର ସଦସ୍ୟ ବେଲାର ଚନ୍ଦ୍ର ପୁଟେଲ, ପୀତବାସ ରଣା, ରଞ୍ଜନ ନାଏକ, ପୀତବାସ ସାହୁ, କ୍ରୀଡାଶିକ୍ଷକ ଲଲିତ କୁମାର ସାହୁ, ଲଲିତ କୁମାର ଦାସ, ସୋନୁ ରଣା, ବଣ୍ଟି ସେଠ, ବବଲୁ ଦଣ୍ଡସେନା ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନ ର ସଂପାଦକ ନରୋତ୍ତମ ସେଲମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow