ଡକାୟତ ଙ୍କୁ କାବୁ କରି ନିସ୍ତୁକ ଛେଚିଲେ ସଧାରଣ ଜନତା- ଏଥିରୁ ପୋଲିସ ବି ବାଦ ପଡିନି

Oct 17, 2024 - 15:22
 0  39
ଡକାୟତ ଙ୍କୁ କାବୁ କରି ନିସ୍ତୁକ ଛେଚିଲେ ସଧାରଣ ଜନତା- ଏଥିରୁ ପୋଲିସ ବି ବାଦ ପଡିନି

ସୋନପୁର :ଲୋକ ଆବାଜ. ଇନ (ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଡକାୟତି ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ଚୋର l ନିର୍ଦ୍ଧୁମ ଚ୍ଛେଚା ଖାଇଲା ବେଳେ ପୋଲିସ୍ କଲେ ଉଦ୍ଧାର l ପୋଲିସ୍ ବିଳମ୍ୱ କରିବାରୁ ପୋଲିସ୍ କୁ ବି ଜତତା ଙ୍କ ଆକ୍ରୋଶ ର ଶିକାର ହୋଈ ଲହୁ ଲୁହାଣ ହେବାକୁ ପଡ଼ିଛି l ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଜୁପା ଆନନ୍ଦ ନଗର ଠାରେ l ତିନି ଜଣ ଡକାୟତକୁ ସ୍ଥାନୀୟ ଚାଷୀ ଓ ସାଧରଣ ଲୋକେ କାବୁ କରି ରଖିଥିବା ଓ ନିସ୍ତୁକ ପିଟିଥିବା ସୁଚନା ମିଳିଛି l

 ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସିଂଘିଜୁପା ଗ୍ରାମର କିଛି ଚାଷୀ ବିଲକୁ ପାଣି ମଡାଇବା କୁ ଯାଇଥିବା ବେଳେ ଅନ୍ଧାର ରାସ୍ତାରେ ଛିଡା ହୋଇଥିବା ଜଣେ ଚାଷୀ ର ବାଇକ ଓ ମୋବାଇଲ କୁ ଟାର୍ଗେଟ କରିଥଲେ ଲୁଟେରା l ତିନିଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଚାଷିଙ୍କ ବାଇକର ଚାବି ଟାଣି ନେଇ ମୋବାଇଲକୁ ଲୁଟିନେବାପାଇଁ ଉଦ୍ୟମ କରୁଥିଲେ l ଚାଷୀ ଜଣକ ଚିତ୍କାର କରିବାରୁ ପାଖ ଆଖ ଅନ୍ୟ ଚାଷୀ ତୁରନ୍ତ ପହଂଚି ଯାଇଥିଲେ l ଘଟଣା ସ୍ଥଳ ରୁ ଦୁର୍ବୁତ୍ତ ମାନେ ଫେରାର ମାରୁଥିବାବେଳେ ଚାଷୀ ମାନେ ତାଙ୍କର ପିଛା କରି ସମ୍ପୃକ୍ତ ତିନିଜଣ ଚୋର ଙ୍କୁ କାବୁ କରି ସିଂଘିଜୁପା ଆନନ୍ଦନଗର ଠାରେ ଥିବା କ୍ଳବ ଘରେ ଅଟକ ରଖଥିବା ସୂଚନା ମିଳିଛି l ଉତ୍ୟକ୍ତ ଲୋକେ ଏମାନଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ପରେ ପୋଲିସ୍ ଉଦ୍ଧାର ପାଇଁ ଗାଁ କୁ ବିଳମ୍ୱ ରେ ପହଂଚିଥିବା ସୂଚନା ମିଳିଛି l ଯା ଦ୍ଵାରା କି ପୋଲିସ୍ କୁ ଓ ପୋଲିସ୍ ଗାଡ଼ି ଲୋକେ ଆକ୍ରମଣ କରି ଥିବା ଜଣା ପଡ଼ିଛି l ପ୍ରାୟତଃ ଏ ଭଳି କେଶ୍ ମାନଙ୍କ ରେ ପୋଲିସ ଚୋର ଙ୍କୁ ଛାଡି ଦେଇ କେଶ୍ ରଫl ଦଫା କରୁଥିବାରୁ ସାଧାରଣ ଜନତା ଙ୍କ ପୋଲିସ ପ୍ରଶାସନ୍ ଆଇନ୍ କାନୁନ୍ ଉପରେ ଏବେ ଭରସା ତୁଟୁଥିବା ଏଇ ଘଟଣା ରୁ ପ୍ରମାଣ ମିଳୁଛି l ଖବର ରୁ ପ୍ରକାଶ ଯେ ଏବେ ପୋଲିସ୍ ଚୋର ଙ୍କୁ ଗିରଫ କରି ସାରିବା ପରେ ଏବେ ସିଂହିଯୁବା ଗାଁ ର ଅନେକ ଲୋକ ଙ୍କୁ ଗିରଫ କରି ଥାନା କୁ ଆଣିଛି l ଡିଆଇଜି ହିମାଂଶୁ ଲାଲ ଓ ଏସପି ସୁବର୍ଣ୍ଣପୁର ଗତ କାଲି ଘଟଣା ସ୍ଥଳ କୁ ପହଞ୍ଚି ଗାଁ ର ଉତ୍ତେଜନା କୁ ନିୟନ୍ତ୍ରଣ କରିଥିବା ଜଣା ଯାଇଛି l

What's Your Reaction?

like

dislike

love

funny

angry

sad

wow