ଗାଡି ଡ୍ରାଇଭରଙ୍କ ଷଡ଼ଯନ୍ତ୍ରରେ ଲୁଟି ନେଲେ ୯ ଭରି ସୁନା ଗହଣା , ଘଟଣାରେ ଜଣେ ନାବାଳକ ସହ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ , ବଲାଙ୍ଗୀର ଏସପି ଙ୍କ ଦ୍ୱାରା ସାମ୍ବାଦିକ ସମ୍ବିଳନୀ

ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା)
ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ବିବାହ ଉତ୍ସବ ସାରି ଘରକୁ ଫେରୁଥିବା ସମୟରେ ବନ୍ଧୁକ ଦେଖାଇ ଭୟଭୀତ କରି ଉଭୟ ଦମ୍ପତି ଠାରୁ ୯ ଭରି ସୁନା ଗହଣା ଲୁଟ ଘଟଣାରେ ସଇଁତଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି l ଉକ୍ତ ଘଟଣାରେ ପାଣ୍ଡଵ ପ୍ରଧାନ ଙ୍କ ଅଭିଯୋଗକୁ ଭିର୍ତ୍ତି କରି ଥାନା କେସ ନଂ ୯୨/୨୫ ଅନୁସାରେ ଦଫା ୬୧ (୨)(ଏ ) ୩୧୦ (୨) ଓ ୨୫/୨୭ ଆର୍ମି ଆକ୍ଟରେ ଏକ ମାମଲା ରୁଜୁ ହୋଇଛି l ଏହି ଘଟଣାରେ ଜଣେ ନାବାଳକ ସହ ୫ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଦେଇଛି l ଏ ନେଇ ବଲାଙ୍ଗୀର ଏସପି ଅଭିଳାଷ ଜି. ଅଧ୍ୟକ୍ଷତାରେ ସଇଁତଲା ଥାନା ପରିସରରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଡ୍ରାଇଭର ବିଦ୍ୟାଶଙ୍କର ସାହୁ (୨୪) ସଇଁତଲା ଚଟିଆପଡା , ପିଣ୍ଟୁ ସାହୁ (୧୯) ଡୁଙ୍ଗୁରିପାଲି ପଞ୍ଚାୟତ ତେଣ୍ଡିପାଲି , ଚିନ୍ତାମଣି ସାହୁ (୧୯) ଟୂର୍ଚ୍ଚlଉପେର ଓ ପିଣ୍ଟୁ ସାହୁ (୨୧) କନ୍ଦକେଲଗାଁ ପଞ୍ଚାୟତ ସର୍ଗିପାଲି ଗାଁର ବୋଲି ଜଣାପଡିଛି l ପ୍ରକାଶ ଯେ, ଗତ ଶନିବାର ଘୁନସର ପଞ୍ଚାୟତ ଡୁମେରମୁଣ୍ଡା ଗାଁ ପାଣ୍ଡଵ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଙ୍କ ସହ ଲୋଇସିଙ୍ଗା ଥାନା ବିଲେଇସର୍ଡl ନିକଟସ୍ଥ ଚନ୍ଦନାକଟା ବିବାହ ଉତ୍ସବରେ ଯୋଗଦାନ କରି ସନ୍ଧ୍ୟା ସମୟରେ ନିଜ କାର ନଂ ଓଡ଼ି0୨ ବିକ୍ଯୁ ୭୩୩୮ ଯୋଗେ ଫେରୁଥିବା ବେଳେ ଖାସବାହାଲ - ଘୁନସର ମଝିରେ ଥିବା ଦେଉଳି ଛକ ପାଖରେ ହଠାତ ଗାଡି ଡ୍ରାଇଭର ଜଣକ ଗାଡି ସ୍ଲୋ କରି ଲୁଟେରା ଷଡ଼ଯନ୍ତ୍ର ଯୋଜନା କରିଥିଲେ l ପରେ ଦୁର୍ବୁତ୍ତମାନେ ବନ୍ଧୁକ ଓ ଲୁହା ହେଣ୍ଡିଲ ଦେଖାଇ ଭୟଭୀତ କରି ସାବିତ୍ରୀ ପିନ୍ଧିଥିବା ୯ ଭରି ସୁନା ହାର ଲୁଟ କରି ଚମ୍ପଟ ମାରିଥିଲେ l ଏ ନେଇ ସାବିତ୍ରୀ ଚିତ୍କାର କରି ଘୁନସର ଗାଁକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ l ଏହାପରେ ସଇଁତଲା ଥାନାକୁ ଯାଇ ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଥିଲେ l ଏଥିରେ ସାବିତ୍ରୀଙ୍କ ବେକ ରେ ଆଘାତ ମଧ୍ୟ ଲାଗିଥିବାରୁ ମେଡିକାଲକୁ ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ l ଘଟଣା ନେଇ ବଲାଙ୍ଗୀର ଏସପି ଅଭିଳାଷ ଜି. ଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇଥିଲା l ଏଥିରେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇ ଙ୍କ ତତ୍ତ୍ୱବଧାନରେ ଏସଆଇ ଆଲୋକ ଭୋଇ, ଗୋଇଣ୍ଡି ଖାଁ, ଲଛିନ୍ଦ୍ର ଚାଲାଣ, ଏଏସଆଇ ଥବିର ମହାରଣା, ମାଧୁରୀ ଛୁରା ସହ କନେଷ୍ଟବଳ ପ୍ରମୁଖ ସାମିଲ ହୋଇ ରାତାରାତି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ମିଳିଥିଲା l ଏହି ଘଟଣାରେ ୧ ବନ୍ଧୁକ, ୨ ଗୋଟି ବାଇକ, ୧ ଗୋଟିଏ ଲୁହା ହେଣ୍ଡିଲ, ୪ ଗୋଟି ମୋବାଇଲ ଫୋନ ଓ ସୁନା ଗହଣା ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି l ଏହି ସାମ୍ବାଦିକ ସମ୍ବିଳନୀରେ ବଲାଙ୍ଗୀର ଏସପି ଙ୍କ ସମେତ ଆଇଆଇସି ସୁଶାନ୍ତ ବଢ଼େଇ , ତଦନ୍ତ ଅଧିକାରୀ ଆଲୋକ ପ୍ରସାଦ ଭୋଇ ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ l
What's Your Reaction?






