ଡକ୍ଟର ଅଜିତ ବେହେରା ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

କର୍ଲାମୁଣ୍ଡା:-୬/୧୦ ଲୋକ ଆବାଜ୍.ଇନ୍(ବ୍ୟୁରୋ)
ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଳାର ଭବାନୀପାଟଣା ଟାଉନହଲରେ ଆୟୋଜିତ ଚିତ୍ରାରଣ୍ୟ ଉତ୍ସବରେ ସଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଅଜିତ କୁମାର ବେହେରାଙ୍କୁ 'ପ୍ରକୃତି ବନ୍ଧୁ ପୁରସ୍କାର' ପ୍ରଦାନ କରିଥିଲେ। କୁଶୁର୍ଲା ଗ୍ରାମରେ ଜନ୍ମିତ ଡକ୍ଟର ବେହେରା ବନୀକରଣ, ବନ୍ୟଜନ୍ତୁ ଓ ଉଦ୍ଭିଦର ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ରକ୍ଷା, ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ, ରାସାୟନିକ ସାର ପ୍ରୟୋଗର କୁଫଳ ଇତ୍ୟାଦି ବିଷୟରେ ବିଭିନ୍ନ କର୍ମଶାଳା ଓ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି।
ସେ ଇତି ପୂର୍ବରୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟରୁ 'କଳାହାଣ୍ଡି ଯୁବ ପୁରସ୍କାର', 'ଜୁନିଅର ଫେଲୋସିପ' ସହ ଲୁପ୍ତ ଓ ଲୁପ୍ତପ୍ରାୟ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ମହାମହିମ ରାଜ୍ୟପାଳଙ୍କ ଠାରୁ ପିଏଚ.ଡ଼ି ଓ ଡ଼ି.ଲିଟ୍ ଭଳି ମର୍ଯ୍ୟାଦାଜନକ ଡ଼ିଗ୍ରୀ ହାସଲ କରିଛନ୍ତି। ସଂପ୍ରତି ସେ କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ଅଧ୍ୟାପକ ସହ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଭାବରେ କାର୍ଯ୍ୟରତ।
What's Your Reaction?






