ଡୁମାଳ ସମାଜ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

Oct 3, 2024 - 08:45
 0  10
ଡୁମାଳ ସମାଜ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ମଁl ମାହେଶ୍ୱରୀଙ୍କ ଷୋହଳ ପୂଜା ତଥା ଗାନ୍ଧୀଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବୌଦ୍ଧ ଜିଲ୍ଲାକଣ୍ଟାମାଳ ବ୍ଲକ ଲମ୍ବଶରୀ ଗ୍ରାମ ପଞ୍ଚାୟତଅନ୍ତର୍ଗତ ଲମ୍ବସରି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ଡୁମାଳ ପରିଷଦ ଲମ୍ବଶରୀ କେନ୍ଦ୍ର ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇ ଥିଲା । ଏହି ଶିବିରରେ ଲମ୍ବସରି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଯିଧିଷ୍ଟିର କ୍ଷେତି,ଡୁମାଳ ସମାଜର ସଭାପତି ସଂଜିତ୍ ଅମାତ, ସମାଜ ସେବୀ ସତ୍ୟନାରାୟଣ ଦନ୍ତା, ଅଶୋକ ଖମାରୀସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ l ଅପ୍ଟୋମେଶ୍ଟ ସରୋଜ କୁମାର ସିଂହ , ପ୍ରୋଗ୍ରାମ ଆସୋସିଟ ମହେଶ ବେହେରା, କାଉନସିଲର ସସ୍ମିତା ମହାକୁର ଭିଜନ ଟେକନିସିଆନ ଯୋଗେଶ୍ୱରୀ କହଁର, ଭିଜନ ଅପଟିକାଲ ଚନ୍ଦ୍ର ଶେଖର ନନ୍ଦ, ଭାଗବତ ପାଣ୍ଡେ ସହଯୋଗରେ ଏହି ଶିବିରରେ ୮୩ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରାଇ ଆସିଥିବା ସହ ମତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ୨୨ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କୁ ସଫଳ ଚିକିତ୍ସା ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ଏହି ଶିବିରରେ ଆଞ୍ଚଳିକ ଡୁମାଳ ପରିଷଦର ସଦସ୍ୟ ନାରାୟଣ ମହାକୁଡ଼, ଗୋପବନ୍ଧୁ ପ୍ରଧାନ, ଗିରିଧାରୀ ବସ୍ତିଆ, ତରଣୀସେନ କର୍ମୀ, ଥବିର କର୍ମୀ ,ସରୋଜ ପାତ୍ରଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow