*ଡୋକ୍ରା ହସ୍ତଶିଳ୍ପ ପ୍ରସାର କର୍ମଶାଳା*

Sep 27, 2024 - 22:15
 0  39
*ଡୋକ୍ରା ହସ୍ତଶିଳ୍ପ ପ୍ରସାର କର୍ମଶାଳା*

ଢେଙ୍କାନାଳ: ଲୋକ ଆବାଜ୍. ଇନ୍ (ବ୍ୟୁରୋ)

ସଦର ବ୍ଲକ ଅନାର୍ଗତ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ଟି.ପି.ସି.ଓ.ଡି.ଏଲ ସହାୟତା ରେ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଏକ ଡୋକ୍ରା ହସ୍ତଶିଳ୍ପ ପ୍ରସାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ହସ୍ତଶିଳ୍ପ ବିଭାଗ ର ଉପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ବେହେରା ଉଦ୍ ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଟି.ପି.ସି.ଓ.ଡି.ଏଲ ସାମାଜିକ ଦାୟୀତ୍ଵ ବୋଧ ମୁଖ୍ୟ ଶ୍ରୀ ପ୍ରଦୀପ ଘୋଷଲ , ସରପଞ୍ଚ ଶ୍ରୀ ଅଭିମନ୍ୟୁ ବେହେରା , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶେଫାଳୀ ସ୍ୱାଗତିକା , ବ୍ଲକ୍ ସଂଜୋଜିକା -ଉତରାନୁ ଚୌଧୁରୀ, ଟି ପି ସି ଓ ଡି ଏଲ ରୁ ଶ୍ରୀମତୀ ରଶ୍ମି ପଟ୍ଟନାୟକ, ଶୁଭମ୍ ପୁରୋହିତ , ମହାଶକ୍ତି ଫାଉଣ୍ଡେସନ ରୁ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ମୋହନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇ ହସ୍ତଶିଳ୍ପୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଏହି ପ୍ରାଚୀନ ହସ୍ତଶିଳ୍ପ ପୁନରୁତ୍ଥାନ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ସରପଞ୍ଚ ଏହି ନୂଆ ଗାଁ ଗ୍ରାମ ର ସମସ୍ତଙ୍କୁ ଘର ପଟା ଦେବା ବିଷୟ କହିଥିବା ବେଳେ ଅତି ଶୀଘ୍ର ଘର ବ୍ୟବସ୍ଥା କରିବା ଘୋଷଣା କରିଥିଲେ । ପ୍ରକଳ୍ପ ସମୃଦ୍ଧି ତରଫରୁ ହସ୍ତ ଶିଳ୍ପୀ ମାନଙ୍କ ପାଇଁ ତାଲିମ , ହସ୍ତଶିଳ୍ପ କାମ କରିବା ପାଇଁ ଘର , ବଜାର ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା କରାଯାଉଥିବା ବିଷୟ ଶ୍ରୀ ପ୍ରଦୀପ ଘୋଷଲ୍ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୬୦ ରୁ ଉର୍ଦ୍ଧ ଡୋକ୍ରା ହସ୍ତଶିଳ୍ପୀ ଯୋଗ ଦେଇଥିଲେ । ଶେଷରେ ଶୁଭମ୍ ପୁରୋହିତ ଧନ୍ୟବାଦ୍ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ସୁରଜିତ ପଟ୍ଟନାୟକ, ବିରଞ୍ଚି ନାରାୟଣ ରଥ, ସ୍ୱରୂପା ରାଣୀ ପାଢ଼ୀ, ସୁଶ୍ରୀତା ରଥ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow