ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ

Nov 27, 2025 - 17:43
 0  39
ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ

ମ. ରାମପୁର :( ୨୭/୧୧ ):ଲୋକ ଆବାଜ. ଇନ/ପ୍ରକାଶ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ)

ଗତକାଲି ମଦନପୁର ରାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନ ପିଣ୍ଡା ଆଦର୍ଶ ଗ୍ରାମ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲ୍ ଟି ଆଇ ମାଇଣ୍ଡଟ୍ରି ର ସହଯୋଗୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ର ଘନଗାସ୍, ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ଦେବୀପ୍ରସାଦ ରାୟଗୁରୁ,ମହାଶକ୍ତି ଫାଉଣ୍ଡେସନର ସିଇଓ ଶ୍ରୀଯୁକ୍ତ ଯୁଗଳ କିଶୋର ପଟ୍ଟନାୟକ, ମଦନପୁର ରାମପୁର ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଯୋଗ ଦେଇ ଆଦର୍ଶ ଗ୍ରାମ କୁ ଲୋକାର୍ପିତ କରିଥିଲେ ।

 ଏଲ୍ ଟି ଆଇ ମାଇଣ୍ଡଟ୍ରି ସଂସ୍ଥା ତରଫରୁ ୧୫ ଲକ୍ଷ୍ ଟଙ୍କା ରୁ ଉର୍ଦ୍ଧ ସହଯୋଗ ରେ ଗ୍ରାମରେ ଜଳ ସେଚନ ପାଇଁ ଚାଷ ପୋଖରୀ ଖନନ, ବିଦ୍ୟାଳୟ ଓ ଅଙ୍ଗନବାଡି ଗୃହ ମରାମତି, ସୌର ଆଲୋକି କରଣ, ପନିପରିବା ଚାଷ , ସ୍ଵୟଂ ସହାୟକ ଦଳ ଦ୍ଵାରା କୁକୁଡ଼ା ଚାଷ , ନଳକୂପ ମରାମତି, ଗ୍ରାମ ସଫେଇ, ସୌନ୍ଦର୍ଜିକରଣ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ ଗ୍ରାମ ରେ ମଦନପୁର ରାମପୁର ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏକ ବୈଠକ ରେ ସମସ୍ତ କାର୍ଯ୍ୟ କୁ ଗ୍ରାମବାସୀ ତଥା ଗ୍ରାମ ପଞ୍ଚାୟତ କୁ ସଂସ୍ଥା ତରଫରୁ ତଦାରଖ ପାଇଁ ହସ୍ତାନ୍ତର କରାଯାଇଥିଲା । ଏଲ୍ ଟି ଆଇ ମାଇଣ୍ଡଟ୍ରି ସଂସ୍ଥା ତରଫରୁ ଉକ୍ତ ବ୍ଲକ ର ୧୦ ଗୋଟି ଗ୍ରାମ ପଞ୍ଚାୟତ ରେ ସମନ୍ୱିତ ଗ୍ରାମ୍ୟ ବିକାଶ ଯୋଜନା ଅନ୍ତର୍ଗତ ପରିବେଶ, ସଶକ୍ତିକରଣ , ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇଁ ବହୁମୁଖି କାର୍ଯ୍ୟକ୍ରମ ମାନ କରାଯାଉଅଛି । କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ, ମିତ୍ରଭାନୁ ସାହୁ, ସମୀର ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow