ତେରେସିଂହାରେ ମାଁ ଡୋକରୀଙ୍କ ଯାତ୍ରା
ତେରେସିଂହା, ୧୯/୧୦ ଲୋକ ଆବାଜ୍. ଇନ୍ (ସୁଶାନ୍ତ ରଣାଙ୍କ ରିପୋର୍ଟ):
କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ତେଲନଦୀ କୂଳସ୍ଥିତ ଦେବୀ ପୀଠ ଠାରେ ମାଁ ଡୋକରୀ ଯାତ୍ରା ପାଳିତ ହୋଇଯାଇଛି। ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥିଲା। ଏଥିରେ ଯାତ୍ରାର ମୁଖ୍ୟ ପୂଜକ ମଙ୍ଗଳ ମାଝୀ, ଦାମା ଭୋଇ, ହରି ଭୋଇ, ଦୁଃଶାସନ ଭୋଇ, ଟଙ୍କଧର ରଣା, ସତ୍ୟ ଭୋଇ, ରୁଦ୍ର ଭୋଇ, ଝରନୁ ଗହୀର, ନିର୍ମଳ ରଣା ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିଥିବା ବେଳେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
What's Your Reaction?