ଦୁଇ ଜିଲ୍ଲା କୁ ଯୋଡିବ ଗୋତମୁଣ୍ଡା ଡାହିମାଲ ରାସ୍ତା, ନିର୍ମାଣକାରୀ ଠିକାସଂସ୍ଥା ର ମାନମାନି ଅଭିଯୋଗ।

Mar 4, 2025 - 12:00
 0  42
ଦୁଇ ଜିଲ୍ଲା କୁ ଯୋଡିବ ଗୋତମୁଣ୍ଡା ଡାହିମାଲ ରାସ୍ତା, ନିର୍ମାଣକାରୀ ଠିକାସଂସ୍ଥା ର ମାନମାନି ଅଭିଯୋଗ।

ଧର୍ମଗଡ଼: ଲୋକ ଆବାଜ ଇନ:ସନତ କୁମାର ପ୍ରଧାନୀ

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଗମନାଗମନ କୁ ଦୃଷ୍ଟି ରେ ରଖି ପୂର୍ବତନ ରାଜ୍ୟ ସରକାରଙ୍କ ଦ୍ୱାରା କୋକସରା ବ୍ଲକ ଗୋତୋମୁଣ୍ଡା ଠାରୁ ଡାହିମାଲ ରାସ୍ତା ନିର୍ମାଣ ପାଇଁ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ରାସ୍ତା ନିର୍ମାଣ ଦାୟିତ୍ୱ ମିଳିଥିବା ବେଳେ ବିଭାଗୀୟ ଅଟକଳ ୭ କୋଟି ୫୧ ଲକ୍ଷ ୩୨ ହଜାର ୮୨୧ ଟଙ୍କା ବ୍ୟୟବରାଦ ରେ କାର୍ଯ୍ୟ ବିଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା।

ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀ ଙ୍କ ଦିର୍ଘ ଦିନ ର ସ୍ୱପ୍ନ ସାକାର ହେବ,କାରଣ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ରହିଛି ସାମାଜିକ ଭାଇଚାରା, ବ୍ୟବସାୟିକ,ଶିକ୍ଷା,ସ୍ୱାସ୍ଥ୍ୟ ର ସମ୍ପର୍କ ରହିଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଅଞ୍ଚଳବାସି ଦୈନନ୍ଦିନ ଜୀବନରେ ଉଭୟ ଜିଲ୍ଲା ର ଦୁଇ ପାର୍ଶ୍ଵରେ ଥିବା ଗ୍ରାମ ଗୁଡିକୁ ଯାତାୟାତ କରିଥାନ୍ତି।ନବରଙ୍ଗପୁର ଜିଲ୍ଲା ର ଝରିଗାଁ, ଡ଼ାହିମାଲ, ଡାହିନୀଗୁଡା, ଭିତର କରମେଲି, ବାହାର କରମେଲି, ଚକଳା ପଦର, ତରବେଡା, ଚଚା,ଡାବୁଗାଁ,ଚାନ୍ଦାହାଣ୍ଡି, ସହିତ କଳାହାଣ୍ଡି ଜିଲ୍ଲା ର ଗୋତମୁଣ୍ଡା, ସାନ ପୋଡ଼ାଗୁଡା, ଆମପାଣି, ଧର୍ମଗଡ଼ ଉପଖଣ୍ଡ ର ଦଣ୍ଡପାଟ ଅଞ୍ଚଳ ର ଅନେକ ଗ୍ରାମ ସହ ଦୀର୍ଘବର୍ଷ ହେବ ବନ୍ଧୁବାନ୍ଧବ ସମ୍ପର୍କ ସ୍ଥାପନ ରହିଛି। ପୂର୍ବ ସରକାର ରେ ମନ୍ତ୍ରୀ ରହିଥିବା ନବରଙ୍ଗପୁର ଜିଲ୍ଲାର ରମେଶ ଚନ୍ଦ୍ର ମାଝୀ, କଳାହାଣ୍ଡି ଜିଲ୍ଲାର ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ରାସ୍ତା ନିର୍ମାଣ ପାଇଁ ପୂର୍ବ ରାଜ୍ୟ ସରକାର ଙ୍କ ନିକଟରେ ପ୍ରସ୍ତାବ ଆଗତ କରିଥିଲେ।ଦୁଇ ଜିଲ୍ଲା ର ଅଞ୍ଚଳବାସୀ ଙ୍କ ଗମନାଗମନ ପାଇଁ ଶେଷ ରେ ରାସ୍ତା ନିର୍ମାଣ ର ବାଟ ଫିଟିଥିଲା।

 ସାହାଜଖୋଲ ଜଙ୍ଗଲ ର ଛାତି ଚିରି ପ୍ରାୟ ୭/୮ କିମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅନୁଦାନ ମିଳିଥିଲା। ପରେ ମୂଳ ଠିକାସଂସ୍ଥା ରୁ ଏକ ଛାୟା ଠିକାସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲେ। ରାସ୍ତା ନିର୍ମାଣ ଆରମ୍ଭ ରୁ ହିଁ ଠିକାସଂସ୍ଥା ଇଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ନକରି ବିଭାଗୀୟ ଅଧିକାରୀ ଙ୍କୁ ଧରି ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ସମେତ ଗୋତମୁଣ୍ଡା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଧୂଳି ଉଡିବା ପାଇଁ ରାସ୍ତା ରେ ନିୟମିତ ପାଣି ସିଞ୍ଚନ କରିବା ନିୟମ ରହିଛି, କିନ୍ତୁ ଠିକାସଂସ୍ଥା ଆଦୌ ରାସ୍ତା ରେ ପାଣି ଦେଉନଥିବା ଅଭିଯୋଗ କରିଛନ୍ତି।ରାସ୍ତା ନିର୍ମାଣ ର ଡେଡ଼ ଲାଇନ ସରିଯାଇଥିବା ସ୍ଥଳେ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ବର୍ତ୍ତମାନ ମଧ୍ୟ ଏହି ଧୂଳିମୟ ରାସ୍ତା ରେ ଦୈନନ୍ଦିନ ଶହ ଶହ ଗାଡିମୋଟର, ବାଇକ ଓ ପଥଚାରୀ ମାନେ ଯାତାୟାତ କରୁଛନ୍ତି।ତେବେ ଯାତାୟାତ ସମୟରେ ଧୂଳିଗୁଣ୍ଡ ରେ ଅତିଷ୍ଠ ହୋଇ ପଡୁଛନ୍ତି ଲୋକେ। ଏନେଇ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କୃଷ୍ନା ପରି ଗମାଙ୍ଗ ଙ୍କ ପ୍ରତିକ୍ରିୟା ନେବାରୁ ରାସ୍ତା କାର୍ଯ୍ୟ ଜାରି ରହିଛି, ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ ରେ ଅନେକ ସମସ୍ୟା ରହିଥାଏ। ଠିକାସଂସ୍ଥା ନିର୍ମାଣ ଜାରି ରଖିଛନ୍ତି।କୌଣସି ଅନିୟମିତତା ହେଉନାହିଁ, ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବା ସହ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow