ଦେଢ଼ସୁଲି ଗ୍ରାମପଞ୍ଚାୟତ ରେ ଦାନ ଉତ୍ସବ।

ମ. ରାମପୁର :୦୭/୧୦(ଲୋକ ଆବାଜ. ଇନ ବ୍ୟୁରୋ)
ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ଦେଢ଼ସୁଲି ଗ୍ରାମ ପଞ୍ଚାୟତ ର ଆଶ୍ରମ ସ୍କୁଲ ପରିସର ରେ ସଚେତନତା କାର୍ଯ୍ୟକ୍ରମ ଓ ଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦେଢ଼ସୁଲି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଲିଜା ମାଝୀ, ସମ୍ମାନିତ ଅତିଥି ଭାବେ ଉତେଇ ଭେଲି କୃଷକ ଉତ୍ପାଦକ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀକାନ୍ତ ହୋତା, ପ୍ରକାଶ ତ୍ରିପାଠୀ, ସମ୍ପନ୍ନ। ବି.ସି. ର ଆଞ୍ଚଳିକ ପରିଚାଳକ ଶ୍ରୀ ମନୋଜ ରଣା, ସାମର୍ଣ୍ଣୟ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ବ୍ଲକ ସଂଜୋଜିକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ଯୋଗ ଦେଇଥିବା ବେଳେ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ବୋର୍ଡ ମେମ୍ବର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା ଓ ସଭାପତିତ୍ବ କରିଥିଲେ। ବ୍ଲକ ସଂଯୋଜୀକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ସ୍ବାଗତ ଓ ଅତିଥି ପରିଚୟ କରିଥିଲେ। ଶ୍ରୀ ସାହୁ କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ଓ ଦାନ ଉତ୍ସବ ସମ୍ବନ୍ଧରେ ସୂଚନା ଦେବା ସହିତ ଶିକ୍ଷ୍ୟା, ସ୍ବାସ୍ଥ୍ୟ ଓ ସରକାରୀ ଯୋଜନା ଉପରେ ସଚେତନ କରିଥିଲେ। ଶ୍ରୀ ହୋତା ଅଞ୍ଚଳ ର ସମସ୍ୟା ତଥା କୃଷି ଓ କୃଷକ ର ବିକାଶ କିପରି ହୋଇପାରିବ ବୁଝେଇ ଥିଲେ। ଶ୍ରୀ ରଣା ଅନ୍ନ ଓ ବସ୍ତ୍ର ଦାନ ବିଷୟରେ କହିଥିଲେ। ମ.ରାମପୁର ର ଫେଶନ୍ ହାଉସ ର ମାଲିକ ଶ୍ରୀଯୁକ୍ତ ବିଷ୍ଣୁ ଜୈନ ଓ ଦିନେଶ କୁମାର ଜୈନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଗରିବ ଲୋକ ମାନଙ୍କ ପାଇଁ ନୂତନ ବସ୍ତ୍ର ସାର୍ଟ, ପ୍ୟାଣ୍ଟ୍ ଦାନ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ଓ ଉତେଇ ଭେଲୀ ଏଫପିଓ ଓ ବ୍ରାଞ୍ଚ ର ପ୍ରତ୍ୟେକ ଷ୍ଟାଫ ମାନଙ୍କ ଆର୍ଥିକ ସହାୟତା ରେ ଦୁଇଶହ ରୁ ଉର୍ଦ୍ଧ ମହିଳା ପୁରୁଷ ଓ ବାଳିକା ବାଳକ ମାନଙ୍କୁ ନୂତନ ବସ୍ତ୍ର,ସାର୍ଟ, ପ୍ୟାଣ୍ଟ୍ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।
ସମୀର ପୁଝାରୀ, ପବିତ୍ର ମହାଖୁଡ଼, ମମିତା ପୁଝାରୀ, ସୈରେନ୍ଦ୍ରି ସାହୁ, ପ୍ରଦୀପ ହରିଜନ, ସୁଦାମ ଶେଠ୍, ଶାଖା ପରିଚାଳକ ପ୍ରମୋଦ ମୁଗ୍ରୀ, ମହେଶ୍ୱେତା ସାହୁ, ଉପେନ୍ଦ୍ର ମାଝୀ, ବଂଶୀ ରଣା ଓ ଦେଢ଼ସୁଲି ଗ୍ରାମ ପଞ୍ଚାୟତ ର କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ବଦାନ୍ୟ ବ୍ୟକ୍ତି, ଅତିଥି ମାନଙ୍କୁ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
What's Your Reaction?






