:ନବରାତ୍ରି ର ପଞ୍ଚମ ଦିନରେ ମା'ସୁରେଶ୍ୱରୀଙ୍କ ଭୈରବୀ ବେଶ

Oct 7, 2024 - 15:39
 0  16
:ନବରାତ୍ରି ର ପଞ୍ଚମ ଦିନରେ ମା'ସୁରେଶ୍ୱରୀଙ୍କ ଭୈରବୀ ବେଶ

ସୁବର୍ଣ୍ଣପୁର :୭/୧୦(ଲୋକ ଆବାଜ୍.ଇନ୍, ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ମା'ସୁରେଶ୍ଵରୀ ଭୈରବୀ ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ମାତାଙ୍କ ଏହି ସ୍ୱରୂପ ଦଶ ମହାବିଦ୍ୟା ମଧ୍ୟରେ ଏକ ପ୍ରମୁଖ ଅବତାର ଅଟେ ଏବଂ ଏହା ତ୍ରିପୁର ଭୈରବୀ ଭାବରେ ଖ୍ୟାତ ଅଟନ୍ତି।ଦେବୀ ଭାଗବତ ପୁରାଣ ଅନୁସାରେ ମାତା ଭୈରବୀ ହେଉଛନ୍ତି ମାତା ପାର୍ବତୀଙ୍କର ଏକ ଉଗ୍ରରୂପ।ଯେତେବେଳେ ଦେବ ଦେବ ମହାଦେବ ଧ୍ୟାନମୁଦ୍ରାରେ ରହିଥିଲେ ତାଙ୍କର ଧ୍ୟାନଭଗ୍ନ କରିବାରେ ମାତା ବିଫଳ ହୋଇ ଏହିଭଳିଆ ଉଗ୍ରରୂପ ଧାରଣ କରିଥିବା କଥା ପୁରାଣରେ ବର୍ଣ୍ଣିତ ହୋଇଛି। ଯାହାକି ପରବର୍ତ୍ତୀ ସମୟରେ ତାହା ଜଗତକଲ୍ୟାଣ ନିମନ୍ତେ ମଙ୍ଗଳ ସାଧିତ ହୋଇ ପାରିଥିଲା।ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ମାତା ଭୈରବୀ ହେଉଛନ୍ତି ଏକ ପ୍ରମୁଖ ଦେବୀ ଏବଂ ମାତାଙ୍କୁ ତ୍ରିମୁର୍ତ୍ତିଙ୍କ ଠାରୁ ମଧ୍ୟ ଶ୍ରେଷ୍ଠତର ବୋଲି ବିବେଚନା କରାଯାଏ।ଆହୁରି ମଧ୍ୟ ଜଣାଯାଏ ନିଷ୍ଠା ଓ ଭକ୍ତି ର ସହ ଯେଉଁମାନେ ମାତାଙ୍କୁ ପୂଜା ଆରାଧନା କରିଥାନ୍ତି ମାତା ତାଙ୍କୁ ଅଭୂତପୂର୍ବ ଶକ୍ତି ଓ ସିଦ୍ଧି ପ୍ରଦାନ କରିଥାନ୍ତି। ଜୀବନର ଗତିପଥରେ ରହି ଆସୁଥିବା ଝଡଝଞ୍ଜାର ଅବସାନ ସହ ଏକ ଶ୍ରେଷ୍ଠ ମଣିଷ ଭାବରେ ଉନ୍ନତିର ମାର୍ଗ ପ୍ରଶସ୍ତର କୃପା ଆଶିଷ ପ୍ରଦାନ କରଥାନ୍ତି।ତେଣୁ ଅନେକ ଆଶା,ଭରସା ଓ କୃପା ଆଶିଷ ଟିକକ ପ୍ରାପ୍ତ ନିମନ୍ତେ ନବରାତ୍ରି ସମୟରେ ମା'ସୁରେଶ୍ୱରୀଙ୍କ ପୀଠରେ ଦୁରଦୁରାନ୍ତ ରୁ ଭକ୍ତଙ୍କ ସମାଗମ ରେ ପୀଠରେ ଗହଳି ଦେଖିବାକୁ ମିଳୁଛି। ବିଶେଷ କରି ମା'ସୁରେଶ୍ଵରୀ ଙ୍କ ପୀଠରେ ନବଦିନ ବ୍ୟାପି ଶପ୍ତଶତୀ ଚଣ୍ଡୀ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଥିବା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଅପୂର୍ବ ଭିଡ ଲାଗିରହିଛି।

What's Your Reaction?

like

dislike

love

funny

angry

sad

wow