ଧରମପୁର ରେ 76ତମ ବନମହୋତ୍ସବ ପାଳିତ ରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ବିଜେପି ଜିଲ୍ଲା ସଭାପତି ଓ ସାମ୍ୱାଦିକ l
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ . ନୂଆଗାଁ ବନାଞ୍ଚଳ ର ଧରମପୁର ସେକ୍ସନ ର ମାଆ ପାଟଖଣ୍ଡା ମନ୍ଦିର ପରିସର ମଧ୍ୟରେ ବନବିଭାଗ ଓ ଧରମପୁର ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ 76ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି ଏହି ଅବସରରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ବିଜେପି ଜିଲ୍ଲା ସଭାପତି ଓ ବରିଷ୍ଠ ସାମ୍ବାଦିକ ତଥା ପରିବେଶ ପ୍ରେମୀ ପ୍ରମୋଦ କୁମାର ଦଣ୍ଡସେନା l
କ .ନୂଆଗାଁ ରେଞ୍ଜ ଧରମପୁର ସେକ୍ସନ ପକ୍ଷରୁ ମାଗଣା ଚାରା ଦିଆଯାଇ ଥିଲା, ବନପାଳ ସନ୍ତୋଷ କୁମାର ସେନାପତି ଙ୍କ ସହଯୋଗ ଓ ଉପସ୍ଥିତି ରେ ବିଜେପି ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ପ୍ରଫୁଲ୍ଲ ବେହେରଦଳାଇ, ସମାଜସେବୀ ଟିକି ଦଣ୍ଡିଆ, ଉପେନ୍ଦ୍ର ପାତ୍ର, ସନ୍ତୋଷ କୁମାର ସାହୁ, ସଙ୍ଗୀତା ପୂଜାରୀ, ନଳିନୀ ବେହେରଦଳାଇ, ସମାଜସେବୀ ଗୁରୁରାମ୍ ପାତ୍ର ପ୍ରମୁଖ ମାଆଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ l ସାମ୍ୱାଦିକ ପ୍ରମୋଦ ଅଞ୍ଚଳ ରେ ପୋଡୁ ଚାଷ ରୁ ନିବୃତ ରହି ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ l
What's Your Reaction?