ନବନିର୍ମିତ ଚାଷୀ ବିଶ୍ରାମ କକ୍ଷ ,ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ସମ୍ବଲପୁରୀ ବସ୍ତ୍ରାଳୟର ଉଦ୍ଘାଟନ ଉତ୍ସବ......ପ୍ରଥମ ଦିନରେ ଲକ୍ଷ୍ୟାଧିକ ଟଙ୍କାର ବିକ୍ରି

Aug 14, 2025 - 07:15
 0  297
ନବନିର୍ମିତ ଚାଷୀ ବିଶ୍ରାମ କକ୍ଷ ,ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ସମ୍ବଲପୁରୀ ବସ୍ତ୍ରାଳୟର ଉଦ୍ଘାଟନ ଉତ୍ସବ......ପ୍ରଥମ ଦିନରେ ଲକ୍ଷ୍ୟାଧିକ ଟଙ୍କାର ବିକ୍ରି

କର୍ଲାମୁଣ୍ଡା:୧୩/୮(ଲୋକ ଆବାଜ. ଇନ/ପ୍ରଦୀପ ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ର ନବନିର୍ମିତ ଚାଷୀ ବିଶ୍ରାମ କକ୍ଷ ,ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ସମ୍ବଲପୁରୀ ବସ୍ତ୍ରାଳୟର ଉଦ୍ଘାଟନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନୀତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, କଳାହାଣ୍ଡି କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, କଳାହାଣ୍ଡି ଯୁଗ୍ମ ରେଜିଷ୍ଟାର ପ୍ରମୋଦ କୁମାର ସାହୁ, କଳାହାଣ୍ଡି ଉପ ନିବନ୍ଧକ ସମବାୟ ସମିତି ସମୂହ ସ୍ୱରୂପ କୁମାର କର,ନବାର୍ଡ ଡିଡିଏମ୍ ମହେଶ୍ବର ଦାଶ୍,କଳାହାଣ୍ଡି କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ଵାହି ବନଲତା ଧଳ, ସମ୍ବଲପୁର ଜିଲ୍ଲା ବରିଷ୍ଠ ଏଆରସିଏସ ମଧୁସୂଦନ ମେହେର, ଭବାନୀପାଟଣା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଅଜିତ କୁମାର ବଗର୍ତ୍ତି, ମ.ରାମପୁର ଶାଖା ପରିଚାଳକ ମନୋରଞ୍ଜନ ଚାନ୍ଦ,ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ଦେବରାଜ ରଣା ପ୍ରମୁଖ ଯୋଗ ଦେଇ ସମବାୟ ସମିତିର ସଫଳତା ଉପରେ ଆଲୋଚନା କରିଥିଲେ।ସମବାୟ ସମିତି ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସମବାୟ ସମିତିର 

ନୂତନ ସମ୍ବଲପୁରୀ ବସ୍ତ୍ରାଳୟରେ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଥମ ଦିନରେ ବିକ୍ରି ହୋଇଥିବା ସଭାପତି ଦେବରାଜ ରଣା ସୂଚନା ଦେଇଛନ୍ତି 

What's Your Reaction?

like

dislike

love

funny

angry

sad

wow