ଦିନ ଦ୍ୱି ପ୍ରହରରେ ମଟର ସାଇକେଲ ଚୋରୀ.....
କର୍ଲାମୁଣ୍ଡା୧୩/୮ ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଝାର ମୁଣ୍ଡା ଓ ବ୍ରାହ୍ମନୀମୁଣ୍ଡା ରାସ୍ତା ରେ ବୁଧବାର ଦିନ ଦ୍ୱି ପ୍ରହର ରେ ଜଣେ ବାଇକ ଆରୋହି ଙ୍କୁ ମାଡ଼ମାରି ଦୁର୍ବୁତ୍ତ ମାନେ ମଟର ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ଛଡେଇ ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।ସୂଚନା ମତେ ବଲାଙ୍ଗୀର ତାଲପାଲି ପଡାର ରବୀନ୍ଦ୍ର କୁମାର ସେଠୀ କୌଣସି କାମ ରେ କର୍ଲାମୁଣ୍ଡା ଆସି ବଲାଙ୍ଗୀର କୁ ଫେରୁଥିବା ବେଳେ ପୂର୍ବାଂହ୍ନ ୧୨ ଘଟିକା ସମୟରେ ରିଷିଡା ପଟୁ ତିନି ଜଣ ଯୁବକ ମାକ୍ସ ପିନ୍ଧି ରବୀନ୍ଦ୍ର ଙ୍କୁ ଅଟକାଇ ମାଡ଼ମାରି ମଟର ସାଇକେଲ ଓ ଏଟିଏମ୍ କାର୍ଡ,ମୋନି ପର୍ସ, ହେଲମେଟ, ମୋବାଇଲ କୁ ଛଡେଇ ନେଇ ଫେରାର ମାରିଥିବା ରବୀନ୍ଦ୍ର କର୍ଲାମୁଣ୍ଡା ଫାଣ୍ଡି ରେ ଲିଖିତ ଭାବେ ଜଣେଇଛନ୍ତି।ତେବେ ଏନେଇ ଫାଣ୍ଡି ଅଧିକାରୀ ଥବିର ବରିହା ଙ୍କୁ ପଚାରାଯିବାରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି।ଅନ୍ୟ ପଟେ ଏହି ବ୍ଲକ ର ରିଷିଡା ଠାରୁ ମଧ୍ୟ ମଟର ସାଇକେଲ ଚୋରି ହୋଇଥିବା ସୂଚନା ମିଳିଛି।
What's Your Reaction?