ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ "ସ୍ୱଚ୍ଛତା ହିଁ ସେବା

Oct 8, 2024 - 14:44
 0  14
ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ "ସ୍ୱଚ୍ଛତା ହିଁ ସେବା

ସୁବର୍ଣ୍ଣପୁର୦୮/୧୦(ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ "ସ୍ୱଚ୍ଛତା ହିଁ ସେବା " କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l

 ଏହି କାର୍ଯ୍ୟକ୍ରମ ରେ ଡାକ୍ତରଖାନାର ପରିସର ଠାରୁ ନାରାୟଣପୁର ଛକ ପର୍ଯ୍ୟନ୍ତ ସଫାସୁତୁରା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ପାଇଁ ନାରାୟଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ଉପସ୍ଥିତି ରେ ଦୁଇଗୋଟି ଦଷ୍ଟବିନ ସ୍ୱ-ହସ୍ତରେ ଦାନକରିଥିଲେ ଏବଂ ନାରାୟଣପୁର ଆମ୍ବେଦକର କ୍ଲବ ଓ ନାରାୟଣପୁର ଜଗନ୍ନାଥ ଯୁବକସଂଘ କ୍ଲବ ର ସଭାପତି ଓ ସଦସ୍ୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ପରେ ପରେ ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା ଏବଂ ସ୍ଵଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ଉପରେ ଆଲୋଚନା କରାଯାଇଥିଲା l ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ଆକାଉଣ୍ଟ ପରିଚାଳକ ସୁଜିତ କୁମାର ସାହୁ, ଗୋଷ୍ଠୀ ତଥ୍ୟ ପରିଚାଳକ ରିଙ୍କୁ ପଧାନ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow