ନୁଆଁଖାଇ ଭେଟଘାଟ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Sep 13, 2024 - 07:06
 0  35
ନୁଆଁଖାଇ ଭେଟଘାଟ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

କଣ୍ଟାମାଳ ୧୩/୯(ଲୋକ ଆବାଜ୍.ଇନ୍ ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରାପଂଚାୟତ ଅନ୍ତର୍ଗତ ପରା ଗ୍ରାମରେ ନୁଆଁଖାଇ ଭେଟ ଘାଟ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ଙ୍କ ପ୍ରତିନିଧି ମିଲନ ଡାଙ୍ଗ,ମୁନା ମିଶ୍ର, ଅନିଲ ପ୍ରଧାନ, ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ପଳସାଗୋରା ସରପଞ୍ଚ ସୌଦାମିନୀ ମଲିକ,ଖମନ ମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଡମ୍ବରୁଧର କହଁର ପ୍ରମୁଖ ଅଥିତି ଭାବେ ଯୋଗଦେଇଥିଲେ |

ପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅତିଥି ମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ |ପରେ ମଞ୍ଚରେ କୃଷ୍ଣ ଗୁରୁ ଭଜନ ପରିବେଷଣ କରାଯାଇଥିଲା |କାର୍ଯ୍ୟକ୍ରମ କୁ କମିଟି ର ବିକ୍ରମ କେଶରୀ ପଣ୍ଡା, ଅଂଶୁମାନ ଦଣ୍ଡୁଆସି,ବିଶ୍ୱଜିତ ପଣ୍ଡା, ଶତ୍ରୁଘନ ବଗର୍ତ୍ତୀ,ବିଶ୍ୱରଂଜନ ସେଠି ଓ କମିଟି ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow