ନୂଆପଡ଼ା ଜିଲ୍ଲାପାଳଙ୍କ ସାଇପଲା ପଞ୍ଚାୟତରେ ପ୍ରବାସୀଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସଭା l

Nov 5, 2024 - 08:15
 0  7
ନୂଆପଡ଼ା ଜିଲ୍ଲାପାଳଙ୍କ ସାଇପଲା  ପଞ୍ଚାୟତରେ ପ୍ରବାସୀଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସଭା l

ନୁଆପଡ଼ା - ଲୋକ ଆବାଜ. ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସନ୍ନିକଟ ସାଇପଲା ଗ୍ରାମ ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି l

ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଯୁବ ଭାରତୀୟ ପୋଲିସ୍ ସେବା ଅଧିକାରୀ ଅମୃତ୍ ପାଲ୍ ସିଂ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ ଶରତ ଭୋଇ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପ୍ରାଣିଧନ ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଲିଡ୍ ବ୍ୟାଙ୍କ୍ ମେନେଜର, ଜିଲ୍ଲା ଶିଳ୍ପ କେନ୍ଦ୍ର ମେନେଜର,ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ସାହୁ ପ୍ରମୁଖ ଶ୍ରମିକ, କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ନିଜ ନିଜ ବକ୍ତବ୍ୟରେ ଜଣାଇଥିଲେ l ଜିଲ୍ଲାପାଳ ମହିଳା ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ସେମାନେ ସଚେତନ ହେଲେ ପରିବାରର ପୁରୁଷ ଲୋକମାନେ କେବେହେଲେ କଷ୍ଟକର ପ୍ରବାସୀ ଶ୍ରମିକ ଜୀବନ ପାଇଁ ଆଗଭର ହେବେ ନାହିଁ l ଏହାଦ୍ବାରା ପିଲା ମାନଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇ ଯାଉଛି l ନିଜ ଗାଁ ମାଟିରେ ସମସ୍ତେ ଶ୍ରମଦାନ କରି ସରକାରଙ୍କ ଯୋଜନା ସବୁର ସୁଫଳ ନେଇ ହସଖୁସିରେ ସପରିବାର ରହି ପାରିବେ l ସମସ୍ତଙ୍କ ସହଯୋଗରେ ଜିଲ୍ଲାକୁ ଶିଘ୍ର ପ୍ରବାସୀ ଶ୍ରମିକମୁକ୍ତ କରିବା ପାଇଁ ଜିଲ୍ଲାପାଳ ଆଜି ଆହ୍ୱାନ ଦେଇଛନ୍ତି

What's Your Reaction?

like

dislike

love

funny

angry

sad

wow