ମଶାରୀ ଦେବା ସହିତ ଡ଼ିଡ଼ିଟି ସିଞ୍ଚନ କରାଯିବାକୁ ଦାବି

କଣ୍ଟମାଳ:ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଲମ୍ବଶରୀ ପଂଚାୟତର ପ୍ରାୟ ଅଧିକାଂଶ ଗ୍ରାମ ମ୍ୟାଲେରିଆ ପ୍ରବଣଅଞ୍ଚଳ ଅଟେ l ଏହିଅଞ୍ଚଳରେମ୍ୟାଲେରିଆରଦିନକୁ ଦିନ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛିl ଗତଜୁଲାଇ ମାସ ଠାରୁ ସରକାରଙ୍କ ତରଫରୁ ମାଗଣା ମଶାରୀ ଯୋଗାଇଦେବାକୁଓ ଡ଼ିଡ଼ିଟି ସିଞ୍ଚନ ପାଇଁ ସାଧାରଣରେ ଦାବିହେଉଛିl ଅନ୍ୟ ପକ୍ଷରେ ଲମ୍ବସରୀ ପଞ୍ଚାୟତ ର ଜାମଖୋଲ, ପିଣ୍ଡାପଦର, ସାଙ୍କୋଚ, ଡୁଲାବାଲି, ରେକଡୁଲ, ମୁଟୁରା, ବଳମତୁମ୍ବା, ଖମାର, ଖଇରମାଲ, ଦେମୁହାଣୀ, ପୋଢ଼ମୁଣ୍ଡା ଓ ଧେଣ୍ଡୋକୁଟି ଭଲି ଗାଁ ମାନଙ୍କରେ ଦିନକୁ ଦିନ ଜର, ମ୍ୟାଲେରିଆଜର ବଢୁଛି ଓ ଛୁଆ ଠୁ ବୃଦ୍ଧ ପର୍ଯ୍ୟନ୍ତ ରକ୍ତହୀନତାର ଶିକାର ହେଉଛନ୍ତି l ଜରହେଲେ ଲମ୍ବସରୀଠାରୁ ୨୦କିଲୋ ମିଟର ସୋନପୁର ଡାକ୍ତର ରେ ଦୁଇ ତିନି ଦିନ ରହି ଚିକତ୍ସା କରିବାକୁ ପଡୁଛିl ଯାହାଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ହନ୍ତସନ୍ତ ହେଉଛନ୍ତିl ସରକାରଙ୍କ ସ୍ଵାସ୍ତ୍ୟ ବିଭାଗ ତରଫରୁ ଲମ୍ବସରୀ ପଂଚାୟତ ର ସମସ୍ତ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ କ୍ରମ ମାନ କରାଯିବାକୁ ସାଧାରଣରେ ଦାବି ହେଉଛି l
What's Your Reaction?






